ସ୍କୁଲ୍ ସମୟ ୧୦-୪
ଭୁବନେଶ୍ୱର,୧୮/୯: ଏଣିକି ପିଲାଙ୍କ ଭିତରେ ରହିବନି ଭେଦଭାବ। ସବୁ ବର୍ଗର ପିଲାଙ୍କୁ ୟୁନିଫର୍ମ ପୋଷାକ ଓ ଜୋତା ମିଳିବ। କେବଳ ଏତିକି ନୁହେଁ, ସମସ୍ତଙ୍କୁ ପରିଚୟପତ୍ର ବି ଦିଆଯିବ। ଏଭଳି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ପୂର୍ବରୁ କେବଳ ଏସ୍.ଟି, ଏସ୍.ସି, ବି.ପି.ଏଲ୍ ବାଳକ ଓ ସମସ୍ତ ବାଳିକାଙ୍କୁ ୟୁନିଫର୍ମ ଡ୍ରେସ୍ ଓ ଜୋତା ମିଳୁଥିବା ବେଳେ ସାଧାରଣ ଏବଂ ଓ.ବି.ସି ବର୍ଗର ଏ.ପି.ଏଲ୍ ବାଳକମାନେ ଏଥିରୁ ବଂଚିତ ହେଉଥିଲେ। ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏସବୁ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।
ଏଥିସହ ପୂର୍ବଭଳି ସ୍କୁଲର ସମୟସୀମା ୧୦ରୁ ୪ ରହିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଶ୍ରୀ ଦାସ।