ସବୁ ପିଲାଙ୍କୁ ମିଳିବ ଡ୍ରେସ୍, ଜୋତା, ପରିଚୟପତ୍ର

ସ୍କୁଲ୍ ସମୟ ୧୦-୪

ଭୁବନେଶ୍ୱର,୧୮/୯: ଏଣିକି ପିଲାଙ୍କ ଭିତରେ ରହିବନି ଭେଦଭାବ। ସବୁ ବର୍ଗର ପିଲାଙ୍କୁ ୟୁନିଫର୍ମ ପୋଷାକ ଓ ଜୋତା ମିଳିବ। କେବଳ ଏତିକି ନୁହେଁ, ସମସ୍ତଙ୍କୁ ପରିଚୟପତ୍ର ବି ଦିଆଯିବ। ଏଭଳି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ପୂର୍ବରୁ କେବଳ ଏସ୍.ଟି, ଏସ୍.ସି, ବି.ପି.ଏଲ୍ ବାଳକ ଓ ସମସ୍ତ ବାଳିକାଙ୍କୁ ୟୁନିଫର୍ମ ଡ୍ରେସ୍ ଓ ଜୋତା ମିଳୁଥିବା ବେଳେ ସାଧାରଣ ଏବଂ ଓ.ବି.ସି ବର୍ଗର ଏ.ପି.ଏଲ୍ ବାଳକମାନେ ଏଥିରୁ ବଂଚିତ ହେଉଥିଲେ। ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏସବୁ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

ଏଥିସହ ପୂର୍ବଭଳି ସ୍କୁଲର ସମୟସୀମା ୧୦ରୁ ୪ ରହିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଶ୍ରୀ ଦାସ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.