ଆଞ୍ଚଳିକ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୧୦/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଋଷିଡା ଠାରେ ତିନୋଟି ପଂଚାୟତ କୁ ନେଇ ଏକ ଲୋକ ମହୋତ୍ସବ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଋଷିଡା ସମେତ ଗଜବାହାଲ ଓ ପୌରକେଲା ପଂଚାୟତ ର ଲୋକ ପ୍ରତିନିଧି ଙ୍କ ସମେତ କଳାନୁରାଗୀ ମାନେ ଯୋଗଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ବିଶିଷ୍ଟ ସମାଜସେବୀ ଅନ୍ତର୍ଯ୍ୟାମୀ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଗଜବାହାଲ ସରପଞ୍ଚ ପୂଜା ସାହୁ, ପୌରକେଲା ସରପଞ୍ଚ କେତକୀ ରଣା, ପୂର୍ବତନ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ନାରାୟଣ ରଣା, ବାବା ଭଗବାନ ସାହୁ,ନନ୍ଦକିଶୋର ରଣା, ଦୟାନିଧି ସାହୁ, ମକରଧ୍ବଜ ପଧାନ, ପ୍ରେମାନିଧି ପାତ୍ର, ଜୟନ୍ତୀ ପଣ୍ଡା, ଯୋଗଦେଇ ଏହା ଏକ ସାଧୁ ଉଦ୍ୟମ ବୋଲି ମତପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଆବାହକ ନରୋତ୍ତମ ସେଲମା ସ୍ୱାଗତ ଭାଷଣ ଦେଇଥିଲେ ଓ ଆବାହକ ମଧୁସୂଦନ ବାଗ କାର୍ଯ୍ୟକ୍ରମ ର ରୂପରେଖ ଉପରେ ସୂଚନା ଦେଇଥିଲେ।ଏହି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସହମତି ପ୍ରକାଶ ପାଇଛି।

Report by :

Narottam Selma, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.