କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପ୍ରସ୍ତୁତି ବୈଠକ

ଜୁନାଗଡ,୧୦/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପ୍ରସ୍ତୁତି ବୈଠକ ଆଜି ଜୁନାଗଡ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଯାଦବ ମହାସଭା ବିଷୟରେ ଆଲୋଚନା ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ଜାନୁୟାରୀ ୨୭/୨୮ ତାରିଖରେ ହେବାକୁ ସ୍ଥିରିକୃତ ହୋଇଛି । ଏହି ମହାସଭାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତର ହଜାର ହଜାର ଯାଦବ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଏନେଇ ପ୍ୟାପକ ପ୍ରସ୍ତୁତି ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ମହାସଭାର ବିଭିନ୍ନ କମିଟି ଗଠନ ହୋଇଥିଲା ।

Udyog Nursery
Udyogi Nursery

ଏହି ବୈଠକରେ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ରାଜ୍ୟ ଉପ ସଭୀପତି ଧନେଶ୍ବର ଭାଟି , ରାଜ୍ୟ ତଥା ଜିଲ୍ଲା ସାଧାରଣ ସଂପାଦକ କିର୍ତନ ନାଏକ, ସମାଜବାଦୀ ପାର୍ଟି ରାଜ୍ୟ ଉପସଭାପତି ଶିବ ହାତୀ, ରାଜ୍ୟ ଉପ ସଭାପତି ଶୁଭଲକ୍ଷ୍ମୀ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଇଲା ସେଲମା ନାଏକ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ , ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଅଭ୍ୟର୍ଥନା କମିଟି ସଂପାଦକ ହରିଚନ୍ଦନ ବାଗ,

ଶିକ୍ଷାବିତ ମୌସଧୀ ବାଗ , ସତ୍ୟ ନାଏକ , ଓଡିଆ ବାର୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ,ପୂର୍ବତନ ଜୁନାଗଡ ସଭାପତି ଅରୁପା ନାଗ , ବରିଷ୍ଠ ଯାଦବ ନେତା ଧନୁ ଗୋପାଳଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ସଭାପତି , ସଂପାଦକ ଓ କାର୍ଯ୍ୟକର୍ତା ଓ ବହୁ ସଂଖ୍ୟାରେ ଯାଦବ ମାନେ ଉପସ୍ଥିତ ଥିଲେ ।

 

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତା odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.