ଯୁବ ସମାଜକୁ ଦିଗଦର୍ଶନର ଆବଶ୍ୟକତା ରହିଛି 

ଗୋପାଳପୁର କମ୍ୟୁନିଟି ହଲର ଉଦ୍ଘାଟନୀ ସମାରୋହ

ଲାଞ୍ଜିଗଡ଼,୩୦/୯ : ଆଜିର ଯୁବ ସମାଜ ବାଟବଣା ହେବା ପୂର୍ବରୁ ସେମାନଙ୍କୁ ବାଟକୁ ଆଣିବାକୁ ପଡ଼ିବ । ଏଥିପାଇଁ ଉତ୍ତମ ଦିଗ୍ ଦର୍ଶନର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ମହତ୍ୱପୂର୍ଣ୍ଣ ଯୋଜନା ଆମ ଗାଁ ଆମ ବିକାଶ ଦ୍ୱାରା ନିର୍ମିତ କମ୍ୟୁନିଟି ହଲ୍ ଦ୍ୱାରା ଯୁବ ସମାଜ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ଉନ୍ନତି ସାଧିତ ହୋଇପାରିବ ବୋଲି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଗୋପାଳପୁର ଠାରେ ନବନିର୍ମିତ କମ୍ୟୁନିଟି ହଲର ଉଦ୍ଘାଟନୀ ସମାରୋହରେ ମତ ପ୍ରକାଶ ପାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତି ସଭ୍ୟ ଚିତ୍ରସେନ ମାଝୀ, ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବବାହିନୀର ସଭାପତି ତୀର୍ଥ ଗହୀର ପ୍ରମୁଖ ଯୋଗ ଦେଇଥିଲେ । ଯୁବ ସମାଜସେବୀ ତଥା ବିଜୁ ଯୁବବାହିନୀର ସଦସ୍ୟ ସୁଶୀଲ କୁମାର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଦର୍ଶନ ଗଉଡ଼, ହୃଷିକେଶ ବଗର୍ତ୍ତି, ଲମ୍ବୋଦର ପତି, ଅମିତ କୁମାର ପଧାନ, କିରଣ ମାଝୀ, ଜଳଧର ସାଗର, କୁମୁଦ ଗଉଡ଼, ଭାରତ ସେନାପତି, ବିକାଶ ପୁଟେଲ, ମୂରଲୀ ଗଉଡ଼ଙ୍କ ସମେତ ବିଜୁ ଯୁବବାହିନୀର ସମସ୍ତ ସଦସ୍ୟ, ମା ମାଉଳୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଓ ଗୋପାଳପୁର ଗ୍ରାମବାସୀ ସହଯୋଗ କରିଥିଲେ । ଏହାପରେ ବିଧାୟକ ଶ୍ରୀ ଦିଶାରି ମଧୁପୁର ବାଳିକା ଉଚ୍ଚବିଦ୍ୟାଳୟ, ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହିତ ରାମଚନ୍ଦ୍ରପୁର ଦୁର୍ଗାମଣ୍ଡପ ଓ ଟେକରତୋଳା ଗାଁ ପରିଦର୍ଶନ କରିବା ସହିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିରେ ବିଧାୟକଙ୍କ ସହ ଦଳୀୟ କର୍ମୀ କୁନା ପରିଡା, ସୁବନ ଭୋଇ, ଶମ୍ଭୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.