ଜୁନାଗଡ,୧୧/୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ଜୁନାଗଡ଼ ଭାଟିପଡାର ଜଣେ ଯୁବତୀ ନିଜ ସମ୍ପର୍କୀୟ ଭଉଣୀ ଘରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ ।
ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।
ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ଆଜି(ଶୁକ୍ରବାର) ଜୁନାଗଡ଼ ଥାନା ସାମ୍ନାରେ ଜାତୀୟ ରାଜପଥ ୨୬କୁ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଜୁନାଗଡ଼ – ଭବାନୀପାଟଣା ଓ ଜୁନାଗଡ଼ -ଜୟପୁର ରାସ୍ତା ଦିର୍ଘ ସମୟଧରି ଠପ ହୋଇ ପଡିଥିଲା ।
ଘଟଣାସ୍ଥଳରେ ଏଡିସନାଲ ଏସପି ଓ ଏସଡିପିଓ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta