ଭଇଁରିଗୁଡାରେ ଯୁବତୀ ଆତ୍ମହତ୍ୟା ଘଟଣା : ହତ୍ୟା ଅଭିଯୋଗ ଆଣି ରାସ୍ତା ଅବରୋଧ କଲେ ପରିବାରବର୍ଗ

ଜୁନାଗଡ,୧୧/୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ଜୁନାଗଡ଼ ଭାଟିପଡାର ଜଣେ ଯୁବତୀ ନିଜ ସମ୍ପର୍କୀୟ ଭଉଣୀ ଘରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ ।

ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ଆଜି(ଶୁକ୍ରବାର) ଜୁନାଗଡ଼ ଥାନା ସାମ୍ନାରେ ଜାତୀୟ ରାଜପଥ ୨୬କୁ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଜୁନାଗଡ଼ – ଭବାନୀପାଟଣା ଓ ଜୁନାଗଡ଼ -ଜୟପୁର ରାସ୍ତା ଦିର୍ଘ ସମୟଧରି ଠପ ହୋଇ ପଡିଥିଲା ।

ଘଟଣାସ୍ଥଳରେ ଏଡିସନାଲ ଏସପି ଓ ଏସଡିପିଓ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.