ବାଲେଶ୍ଵର ସହରର ପ୍ରମୁଖ ରାସ୍ତାରେ ଭାରୀଯାନ ପାଇଁ ଲାଗିଲା କଟକଣା

● ସକାଳ ୮ରୁ ରାତି ୧୦ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ ରୋକ୍
● ଏକମାସ ପାଇଁ ରହିବ ବଳବତ୍ତର

ବାଲେଶ୍ବର,୧୧/୧୦ (କୃଷ୍ଣ କୁମାର ମହାନ୍ତି): ଦୁର୍ଘଟଣା ହ୍ରାସ ଏବ˚ ଟ୍ରାଫିକ୍‌ ଦିନକୁ ଦିନ ବାଲେଶ୍ଵର ସହରାଞ୍ଚଳରେ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ମୃତାହତ ହେଉଛନ୍ତି। ବିଶେଷ କରି କୌଣସି ପର୍ବପର୍ବାଣି ସମୟରେ ସହରରେ ଜନସମାଗମ ଅଧିକ ହୋଇଥାଏ। ସେ ସମୟରେ ସହରର ମୁଖ୍ୟ ରାସ୍ତା ଗୁଡିକ ଦେଇ ଭାରିଯାନ ଚଳାଚଳକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଥିବା ବେଳେ ଆଜି ଠାରୁ ଭିଡ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ବର ସହରର ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

Omkar Vasthu
Omkar Vasthu

ମୋଟରଯାନ ଅଧିନିୟମ ୧୯୮୮ର ଧାରା ୧୧୫ ଏବ˚ ଓଡିଶା ମୋଟର ଯାନ ନିୟମ ୯୩ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଏହି କଟକଣା
ଜାରି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ତଦନୁସାରେ ସକାଳ ୮ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ସହରର କିଛି ପ୍ରମୁଖ ରାସ୍ତାରେ କୌଣସି ପ୍ରକାର ଭାରୀଯାନ (ଚାରିଚକିଆ ବା ତଦୁର୍ଦ୍ଧ) ଚଳାଚଳ ନିମନ୍ତେ
ଅନୁମତି ଦିଆଯିବ ନାହିଁ। ସହରର ଆଇଟିଆଇ ଛକ ଠାରୁ ସହଦେବଖୁଣ୍ଟା ସ୍ଥିତ ସୁରଜ୍ ହୋଟେଲ ଛକ ଭାୟା
ବସଷ୍ଟାଣ୍ତ-ଫକୀରମୋହନ ଗୋଲେଇ, ପୁଲିସ୍ ଲାଇନ୍ ଛକ ଠାରୁ ହେମକାପଦା ଛକ ଭାୟା
ଫକୀରମୋହନ କଲେଜ, ଫକୀରମୋହନ ଗୋଲେଇରୁ ଟାଉନ ଥାନା ଭାୟା ଫାଣ୍ତି ଛକ, ଚିଡିଆପୋଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିନେମା ଛକ ଓ ମୋତିଗଞ୍ଜ ବଜାର, ଷ୍ଟେସନ ଛକରୁ ପାଣିଟାଙ୍କି ଛକ ଭାୟା ଏଡିଏମ୍ ଛକ-ଜିଲ୍ଲା ସ୍କୁଲ, ମିର୍ଜାପୋଖରୀରୁ ଛୁଆଳିଆ ମହାଦେବ ଛକ ଭାୟା ମାଣିଖମ୍ବ-ବାରବାଟୀ, ମିର୍ଜାପୋଖରୀରୁ ବାବିଲୋନ ଛକ ଭାୟା ଟାଉନହଲ- ସିନେମା ଛକ, ଟେକ୍ନିକାଲ୍ ସ୍କୁଲ ଛକ ଠାରୁ ନାରୀସ˚ଘ ଭାୟା ଏଡିଏମ ଛକ- ରାଜାବଗିଚା, ଷ୍ଟେସନ ଛକ ଠାରୁ ପଢୁଆଁପଦା ଛକ ଭାୟା ନାରୀସ˚ଘ ରାସ୍ତାରେ ଏହି କଟକଣା ଏକ ମାସ (୧ ଅକ୍ଟୋବର ରୁ ୩୦ ଅକ୍ଟୋବର) ପର୍ଯ୍ୟନ୍ତ ବଳବତ୍ତର ରହିବ।

Udyog Nursery
Udyogi Nursery

ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ଏହି କଟକଣାକୁ ବୃଦ୍ଧି କରା ଯାଇପାରେ ବୋଲି
ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି। ଜାରି କରାଯାଇଥିବା କଟକଣାକୁ ସମସ୍ତେ ମାନିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.