ଏକ ନିଆରା କାର୍ଯ୍ୟକ୍ରମ : ଥିଲେ ଦିଅ ନ ଥିଲେ ନିଅ 

କାଶିପୁର,୧୧/୧୦ : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଠାରେ ଶୁକ୍ରବାର ଦିନ ଟିକିରି ବିକାଶ ପରିଷଦ ଦ୍ବାରା ଏକ ନିଆରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜନକଲ୍ୟାଣ ଉଦ୍ଦେଶ୍ୟରେ ଟିକିରି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ନାଁ ‘ଥିଲେ ଦିଅ ନ ଥିଲେ ନିଅ’ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଜନହିତକର କାର୍ଯ୍ୟ ପାଇଁ ଟିକିରି ଅଞ୍ଚଳର ବ୍ୟକ୍ତିବିଶେଷମାନେ ସେମାନଙ୍କ ବ୍ୟବହାର ହୋଇନଥିବା ଲୁଗାପଟା, ଯୋତା, ଟି ସାର୍ଟ ପ୍ରଭୁତି ଦାନ କରିଥିଲେ । ଅତିଥି ଭାବେ ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Udyog Nursery
Udyogi Nursery

ଅନ୍ୟତମ ଅତିଥି ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ନାୟକ ଏହା ଦ୍ବାରା ଟିକିରି ଓ ଆଖପାଖର ଅଭାବୀ ମଣିଷ ମାନଙ୍କୁ ସହାୟତା ମିଳିବ ବୋଲି କହିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଆଦର୍ଶ ମାନି ଗୋଟିଏ ପରେ ଗୋଟିଏ ଜନକଲ୍ୟାଣ କାମ ଟିକିରି ବିକାଶ ପରିଷଦ ଦ୍ବାରା କରାଯାଉଥିବା ଶ୍ରୀଧର ପାଣିଗ୍ରାହୀ, ରବିନ୍ଦ୍ର ତ୍ରୀପାଠୀ, ଶ୍ରୀଧର ସ୍ବାଇଁ, ମୁକୁନ୍ଦ ବିଶୋଇ ପ୍ରମୁଖ ପ୍ରକାଶ କରିଛନ୍ତି ।

ଏହି ନିଆରା କାର୍ଯ୍ୟକ୍ରମରେ ସେନ ସାହୁ, ଟି.ବାଦଲ, ମିଥୁନ ସାହୁ, ରାକେଶ ରଥ, ଲିଙ୍ଗା, କାମା ସାହୁ, ହୃଷିକେଶ ସାହୁ, ପବିତ୍ର ନାଏକ, ପ୍ରସନ୍ନ ବେହେରା ପ୍ରମୁଖ ଶିକ୍ଷକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଟିକିରି ବିକାଶ ପରିଷଦର ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ଭୂୟସି ପ୍ରଶଂସା କରିଛନ୍ତି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.