ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଲେ ବନ ବିଭାଗ କର୍ମଚାରୀ

କୋକସରା,୧୦/୧୧ : କାଠ ଚୋରଙ୍କୁ ଧରିବାକୁ ଆସିଥିବା ବନ କର୍ମଚାରୀମାନେ ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିର୍ଲିଗୁଡା ଠାରେ ଆଜି(ଶୁକ୍ରବାର) ସକାଳେ ଧର୍ମଗଡ଼ ରେଞ୍ଜ ବେହେରା ସେକ୍ସନର ଫରେଷ୍ଟ ଗାର୍ଡ ଓ ଦୁଇଜଣ ବନକର୍ମଚାରୀ 0R 02AJ 5628 ନମ୍ବର ଟାଟା ସୁମୋ ଗାଡିରେ କାଠ ଚୋରକୁ ଧରିବାକୁ ଆସି ବେପରୁଆ ଭାବେ ଗାଡିଚାଳନା ଯୋଗୁଁ ଗାଡିଟି ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵର ଏକ ବିଲରେ ଓଲଟି ପଡିଥିଲା । ସୋଭାଗ୍ୟ ବଶତଃ ସମସ୍ତେ ରକ୍ଷା ପାଇ ଯାଇଥିଲେ ।

ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡିଟିକୁ ବାହାରକୁ କଢ଼ା ଯାଇଥିଲା ଓ ବନକର୍ମଚାରି ମାନଙ୍କୁ ଅଟକ ରଖି ତାଙ୍କର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଗ୍ରାମବାସୀ । ଜାଳେଣି ପାଇଁ କାଠ ନେଉଥିବା ନିରୀହ ଲୋକଙ୍କୁ ଧରି ବଡ଼ ବଡ଼ ଜଙ୍ଗଲ ମାଫିଆ ମାନଙ୍କୁ କାହିଁକି ଛାଡିଦେଉଛନ୍ତି ବୋଲି ଉକ୍ତ କର୍ମଚାରୀ ମାନଙ୍କୁ ପ୍ରଶ୍ନ କରଥିଲେ ଜନତା । ବନ ବିଭାଗ କର୍ମଚାରୀମାନେ ନିରୀହ ଖଟିଖିଆ ଲୋକଙ୍କୁ କାଠ ମାଫିଆ କହି ୨୦୦ରୁ ୫୦୦ଟଙ୍କା ଆଦାୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ନିକଟସ୍ତ ନେଗୀଗୁଡା ଠାରୁ ସିର୍ଲିଗୁଡା ଦେଇ ଯାଉଥିବା ମୁଖ୍ୟମନ୍ତ୍ରୀ ସଡ଼କକୁ କାଠ ମାଫିଆ ମାନେ ବଡ଼ ବଡ଼ କାଠ ଗଣ୍ଡି ହଳ ସାହାଯ୍ୟରେ ନେବାରୁ ବର୍ଷା ଦିନ ମାଟି ମୁରୁମ ରାସ୍ତା ବହୁତ ଖରାପ ହେଉଥିବା ଗାଁର ଚୌଧୁରୀ ଦୁର୍ଗା, ଘାସିରାମ ନାଏକ, କେଶବ ନାଏକ, ସୁବାଷ ନାଏକ, ବୀରେଶ୍ବର ଗୋପାଳ, ନୀଲେଶ୍ୱର ଗୋପାଳ, ସୁରେଶ ପାଣିଗ୍ରାହୀ, ଜଲେ ବାଗ, ରସିକ ନାଏକ, କୈଳାଶ କାଣ୍ଡ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାର ରକ୍ଷଣ ପାଇଁ ଦାବି କରିଥିଲେ ।

ଘଟଣା ସମ୍ପର୍କରେ କୋକସରା ଥାନା କୁ ଅବଗତ କରେଇବା ପରେ ଏଏସ ଆଇ ବୁଲୁ ସେଠୀ ଘଟଣା ସ୍ଥଳରେ ପହଂଚି ଅଟକ ଫରେଷ୍ଟ ଗାର୍ଡ, ନାଇଟ ୱାଚର ଓ ଡ୍ରାଇଭର ଜୟରାମ ବିଶିଙ୍କୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିବା ଜଣାପଡିଛି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.