୧୫ ମାସ ହେଲା ଖାଲି ପଡ଼ିଛି ୧୧୦ ଶିକ୍ଷକ, ୬୨ ଅଣଅଧ୍ୟାପନା ପଦବୀ

ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଏବଂ ଓଏସଏସଟିଇଟି କ୍ଷେତ୍ରରେ ବିଚାର ପାଇଁ ଜିଲ୍ଳାପାଳଙ୍କୁ ଦାବିପତ୍ର

ରାୟଗଡ,୧୨/୧୦: ରାୟଗଡ ଜିଲ୍ଳା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଶିକ୍ଷକ ପଦବୀ ନିଯୁକ୍ତି ତାଲିକା ପ୍ରକାଶ କରିବା ଦିଗରେ ଲାଗି ରହିଛି ଅନିଶ୍ଚିତତା । ଏହାର ଅହେତୁକ ବିଳମ୍ବକୁ ନେଇ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସ୍ଥାନୀୟ ଯୁବକଯୁବତୀଙ୍କୁ ମେରିଟ ପ୍ରକାରେ ନିଯୁକ୍ତି କରିବା ସହ ଓଏସଏସଟିଇଟି କ୍ଷେତ୍ରରେ କୋହଳ କରିବା ନିମନ୍ତେ ବିଚାର କରାଯାଇ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଶୁକ୍ରବାର ଦିନ ଆଶାୟୀ ପ୍ରାର୍ଥୀ ନୀଳକଣ୍ଠ, ନିିକିତା ପାଳ, ଅଙ୍କିତା ଚୈାଧୁରୀ, ସୁରଭି, ଆର.ସାରାନିୟା, ଚନ୍ଦନ ରାଉତଙ୍କ ସମେତ ଅନ୍ୟମାନେ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତ । ଏହି ଦାବିପତ୍ରରେ ମେରିଟ୍ ପ୍ରକାରେ ବି.ଏସସି.ବି.ଇ.ଡି ଏବଂ ବି.ଏ.ବି.ଇ.ଡି.ଶିକ୍ଷକ ପଦବୀ ପାଇଁ ପ୍ରକାଶ ପାଇଥିବା ବିଞାପନରେ ଏନ.ବି.(୧)ର ୪ର୍ଥ ପୃଷ୍ଠାରେ ରାୟଗଡ ଜିଲ୍ଳାର ଯେଉଁ ପ୍ରାର୍ଥୀମାନେ ୨୦୧୬ ଓ ୨୦୧୮ ମସିହା ଜୁନ ପୂର୍ବରୁ ଓଏସଏସଟିଇଟି ପରୀକ୍ଷାରେ ଯେଉଁମାନେ ଉତୀର୍ଣ୍ଣ ହୋଇଥିବେ ସେମାନଙ୍କୁ ପ୍ରଥମ ଅଗ୍ରାହ୍ୟକାର ଦିଆଯିବ ବୋଲି କୁହାଯାଇଥିବା ବେଳେ ଅନ୍ୟ ଜିଲ୍ଳାଗୁଡିକ ଯଥା କେଉଁଝର, ସୁନ୍ଦରଗଡ, ବରଗଡ, କୋରାପୁଟ, କନ୍ଧମାଳ, ଗଜପତି ଇତ୍ୟାଦିରେ ପୁର୍ନବାର ବିଞାପନ କରାଯାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଓଏସଏସଟିଇଟି ପରୀକ୍ଷାରେ ପାସ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ କୋହଳ କରାଯାଇଥିବା ବେଳେ ରାୟଗଡ ଜିଲ୍ଳାରେ ଏହି ପରୀକ୍ଷା ଗତ ୨୦୧୬ ଓ ୨୦୧୮ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିବାରୁ ଏହି ସମୟସୀମା ମଧ୍ୟରେ ପ୍ରାର୍ଥୀମାନେ ଏଥିରୁ ବଂଚିତ ହୋଇଛନ୍ତି । ତେବେ ବିଭାଗ କିନ୍ତୁ ବିଞାପନ ପୂର୍ବରୁ ଯେଉଁମାନେ ଓଏସଏସଟିଇଟି ପରୀକ୍ଷାରେ ପାସ କରିଛନ୍ତି ସେମାନଙ୍କୁ ଚୟନ କରାଯିବ ବୋଲି କହୁଥିବାରୁ ଏଥିରେ ବିଚାରବିମର୍ଷ କରି ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ବୋଲି ଆଶାୟୀ ପ୍ରାର୍ଥୀମାନେ ପ୍ରକାଶ କରିଛନ୍ତ । ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ଏ ନେଇ ପଚାରିବାରୁ ସେ ଶିକ୍ଷା ଅଧିକାର ନିୟମକୁ ଆଧାର କରି ଓଏସଏସଟିଇଟି ପରୀକ୍ଷା ବାଧ୍ୟତାମୂଳକ ହୋଇଥିବା ବେଳେ ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇ ନ ଥିଲେ ସୁଦ୍ଧା ସେମାନଙ୍କୁ ମେରିଟ୍ ପ୍ରକାରେ ନିଯୁକ୍ତି କରାଯାଇ ଆସନ୍ତା ୩ବର୍ଷ ମଧ୍ୟରେ ଏଥିରେ ଉତୀର୍ଣ୍ଣ ହେବା ପାଇଁ ନିୟମ ରହିଛି ବୋଲି ପ୍ରକାଶ କରିବା ସହ ବିଞାପନର ଗାଇଡଲାଇନ ଅନୁଯାୟୀ ଚୟନ ପ୍ରକ୍ରିୟା ହେବ ବୋଲି କହିଛନ୍ତି । ଅପରପକ୍ଷେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସିଧାସଳଖ ଭାବେ କୈାଣସି ପ୍ରକାର ବିଚାର ପୁଣିଥରେ କରାଯିବ ନାହିଁ ବୋଲି କହିଥିବା ପ୍ରାର୍ଥୀମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ଅନୁସୂଚିତ ଜାତି ଓ ଅନୁୂସୂଚିତ ଜନଜାତି ବିଭାଗର ବିଞାପନ ସଂଖ୍ୟା ୨୧୧୭ ତା.୨୫/୦୬/୨୦୧୮ ରିଖରେ ରାୟଗଡ ଜିଲ୍ଳା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ/ବାଳିକା ଉଚ୍ଚ ବିଦ୍ୟାଳୟରେ ଚୁକ୍ତି ବିଷୟକ ଆଧାର ସଦୃଶ ନିଯୁକ୍ତି ପ୍ରକିୟାରେ ଖାଲି ପଡିଥିବା ୧୧୦ଟି ଅଧ୍ୟାପନା (ଟିଚିଂ)ଓ ୬୨ଟି ଅଣଅଧ୍ୟାପନା (ନନ୍ ଟିଚିଂ) ନିମନ୍ତେ ସମୁଦାୟ ୧୭୨ଟି ପଦବୀ ପାଇଁ ବିଞାପନ ବାହାର କରାଯାଇଥିଲା । ଏଥିରେ ଟିଜିଟି (ଆର୍ଟସ) ପାଇଁ ୩୪ଟି, ଟିଜିଟି (ସାଇନ୍ସ)ପିସିଏମ-୧୭ଟି, ଟିଜିିଟି (ସାଇନ୍ସ) ସିବିଜେଡ୍-୧୭ଟି, ଆଇ.ଏ.ସି.ଟି-୪ଟି, ଆଇ.ଏସ.ସି.ଟି-୪ଟି,ସଂସ୍କୃତ ଶିକ୍ଷକ -୧୭ଟି ଏବଂ ହିନ୍ଦି ଶିକ୍ଷକ ନିମନ୍ତେ ୧୭ଟି ଓ କ୍ରୀଡା ଶିକ୍ଷକ (ପିଇଟି) , କନିଷ୍ଠ କିରାଣୀ ତଥା ଡାଟା ଏଂଟ୍ରି ଅପରେଟର-୧୭ଟି, ପିଅନ-୧୭,ରାତ୍ର ଜଗୁଆଳୀ ତଥା ଝାଡୁଦାର-୭ଟି ଏବଂ ୪ଟି ସାଇନ୍ସ ଏଟେଡେଣ୍ଡ ପଦବୀ ପାଇଁ ବିଜ୍ଞାପନ ବାହାର କରାଯାଇଥିଲା । ଏଥି ନିମନ୍ତେ ବିଭିନ୍ନ ପଦବୀ ପାଇଁ ପାଖାପାଖି ୬ହଜାରଟି ଆବେଦନ କରାଯାଇଥିଲା । ତେବେ ଗତ ୨୦୧୮ ମସିହା ଜୁନ ୨୫ତାରିଖରେ ବିଞାପନ ବାହାରିବା ପରେ ଏଥି ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରି ଆଜକୁ ୧୫ମାସରୁ ବିତିଯାଇଥିଲେ ମଧ୍ୟ ତାଲିକା ପ୍ରକାଶିତ ହୋଇ ନଥିବା ବେଳେ ବର୍ତମାନ ସୁଦ୍ଧା ଅଣଅଧ୍ୟାପନାଙ୍କ ପଦବୀ ନିମନ୍ତେ ଆବେଦନକାରୀଙ୍କୁ ନେଇ ଏ ପର୍ଯ୍ୟନ୍ତ କୈାଣସି ହେଲେ ପରୀକ୍ଷା କରାଯାଇ ନ ଥିବା ଜଣାପଡିଛି । ଜିଲ୍ଳା ମଙ୍ଗଳ ବିଭାଗ ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ/ ବାଳିକା ଉଚ୍ଚ ବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ସୁଦ୍ଧା ଶିକ୍ଷକ ଅଭାବରୁ ସେମାନଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇ ପାରୁନାହିଁ । ଅପରପକ୍ଷେ ଦୀର୍ଘ ୧୫ମାସ ଧରି କଲ୍ୟାଣ ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଶେଷ ନ କରି ଅହେତୁକ ବିଳମ୍ବ ଦେଖାଦେଇଛି । ଅପରପକ୍ଷେ ରାୟଗଡ ଜିଲ୍ଳାର ଆଶାୟୀ ପ୍ରାର୍ଥୀମାନେ ରାଜ୍ୟର ଅନ୍ୟ ଜିଲ୍ଳାଗୁଡିକରେ ଶିକ୍ଷକ ନିଯୁକ୍ତି ପଦବୀ ପୂରଣ ହୋଇଯାଇଥିବା ବେଳେ ରାୟଗଡ ଜିଲ୍ଳାରେ ଦୀର୍ଘ ୧୫ମାସ ହେଲାଣି ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ ବୋଲି ଏବଂ ମେରିଟ୍ ତାଲିକା ପ୍ରକାରେ ପ୍ରଥମେ ରାୟଗଡ ଜିଲ୍ଳାର ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ହିଁ ଶିକ୍ଷକ ପଦବୀ ନିଯୁକ୍ତିରେ ପ୍ରଥମ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି । ଏହି ଶିକ୍ଷକ ପଦବୀ ନିଯୁକ୍ତି ନିମନ୍ତେ ଏକ ଜିଲ୍ଳା ଚୟନ କମିଟି ଗଠନ କରାଯାଇଛି ଯାହିଁରେ ଜିଲ୍ଳାପାଳ ମୁଖ୍ୟ ରହିଥିବା ବେଳେ ସଭ୍ୟ ପିଏ-ଆଇଟିଡିଏ, ବିଦ୍ୟାଳୟ ନିରୀକ୍ଷକ ଅଧିକାରୀ (ଏସଏସଡି),ଜିଲ୍ଳା ବିଦ୍ୟାଳୟ ନିରୀକ୍ଷକ (ଏସଏସଡି) ଓ ଜିଲ୍ଳା ମଙ୍ଗଳ ଅଧିକାରୀ କମିଟିର ଆବାହକ ସଭ୍ୟ ରହିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.