ଗୁମ୍ମା ଘାଟିରେ ଅଟୋରିକ୍ସା ଦୂର୍ଘଟଣା, ୫ ଆହାତଙ୍କ ମଧ୍ୟରୁ ୨ଗୁରୁତର

ରାୟଗଡ,୧୨/୧୦ : ରାୟଗଡ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମାଘାଟିରେ ଶୁକ୍ରବାର ଦିନ ଏକ ଅଟୋରିକ୍ସା ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣାରେ ଡ୍ରାଇଭର ସମେତ ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିରୁ ୨ଜଣ ଗୁରୁତର ଅଛନ୍ତି ।

ଗୁରୁତର ମାନଙ୍କ ମଧ୍ୟରେ ଅଟୋରିକ୍ସା ଡ୍ରାଇଭର ଶିବ ପ୍ରସାଦ ପଟ୍ଟନାୟକ (୩୩)ଙ୍କୁ କୋରାପୁଟ ଓ ଯାତ୍ରୀ ପ.ଭି.ଆର. ରାଓ (୫୩)ଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ବେଳେ ଉପରକୁଟିଙ୍ଗା ଗ୍ରାମର ଗିରି ମିଣିଆକାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ଚିକିତ୍ସା କରାଯାଉଛି ଏବଂ ଅନ୍ୟ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ କୁମ୍ଭିକାେଟା ଫାଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଏ ନେଇ କୁମ୍ଭିକୋଟା ଫାଣ୍ଡି ଅଧିକାରୀ ବିମଳ କହଁରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ରାୟଗଡ ଅଭିମୁଖେ ଅଟୋରିକ୍ସା (ଓଡି-୧୦-୫୪୦୧)ର ଡ୍ରାଇଭର ଶିବ ପ୍ରସାଦ ଲକ୍ଷ୍ମୀପୁ୍ରରୁ ୪ଜଣ ଯାତ୍ରୀଙ୍କୁ ନେଇ ରାୟଗଡ ଅଭିମୁଖେ ଆସୁଥିବା ସମୟରେ ଗୁମ୍ମା ଘାଟିର ଏକ ବୁଲାଣୀ ଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ ତଳକୁ ପାଲଟି ମାରି ଓଲଟି ପଡିଥିଲା ।

ଫଳରେ ଅଟୋରେ ବସିଥିବା ଲକ୍ଷ୍ମୀପୁର ଷ୍ଟେସନରେ ଆରପିଏଫ କନେଷ୍ଟବଳ ଭାବେ କାର୍ଯ୍ୟରତ ପି.ଭି.ଆର. ରାଓଙ୍କ ଗୋଟିଏ ଗୋଡ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଡ୍ରାଇଭର ଶିବ ପ୍ରସାଦଙ୍କୁ ମଧ୍ୟ ଗଭୀର ଆଘାତ ହୋଇଥିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ଦୁହିଁଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ରାୟଗଡ ଥାନାରେ କେସ ନମ୍ବର ୩୫୩/୧୯ରେ ମାମଲା ରୁଜୁ ହୋଇଥିବା ଏସ.ଆଇ.ଶ୍ରୀ କଁହର ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

——————————————————–

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.