ଲାଞ୍ଜିଗଡରେ ପୁଣି ଆତଙ୍କ ରଚିଲେ ହାତୀପଳ : ଭାଙ୍ଗିଲେ ଘର, ନଷ୍ଟକଲେ ଫସଳ

ଲାଞ୍ଜିଗଡ,୨୯/୧୦ : ଗତ କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ନର୍ଲା ଓ ଭବାନିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନବସତି ମୁହାଁ ହୋଇଛନ୍ତି ହାତୀପଳ । ହାତୀଙ୍କ ଉପସ୍ଥିତି ଯୋଗୁଁ ସଂପୃକ୍ତ ଅଞ୍ଚଳ ମାନଙ୍କରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଲାଞ୍ଜିଗଡ ଓ ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବନବିଭାଗ ସଜାଗ ଥିବାସତ୍ବେ ବେଳେ ବେଳେ ହାତୀ ସାଧାରଣ ଜନତାଙ୍କ କ୍ଷୟ କ୍ଷତି କରୁଥିବା ନଜରକୁ ଆସିଛି ।

ଲାଞ୍ଜିଗଡ ବ୍ଲକ ବେଡ଼ଗାଁ ପଞ୍ଚାୟତ ସୁଲିମ ଗାଁର ଗୌରାଙ୍ଗ ହରପାଲଙ୍କ ଘର ଭାଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଳ । ପ୍ରାପ୍ତ ସୂଚନା ଆଧାରରେ କିଛିଦିନ ହେଲା ଏହି ବ୍ଲକର ହାତୀଶାଳ ଜଙ୍ଗଲରେ ଗତ କିଛିଦିନ ହେଲା ୧୦ ରୁ ୧୫ ହାତୀ ଆସିଥିବା ବେଳେ ରବିବାର ରାତି ୧୦ଘଣ୍ଟା ସମୟରେ ବେଡ଼ଗାଁ ପଞ୍ଚାୟତର ସୁଲିମ ଗାଁକୁ ହାତୀପଲ ଆସି ଗାଁ ମୁଣ୍ଡରେ ଥିବା ଗୌରାଙ୍ଗ ହରପାଲଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ। ପରେ ଗ୍ରାମର ଭକ୍ତରାମ ହରପାଲ, ବିନୋଦ ହରପାଲ ଓ ଜିଙ୍ଗା ମାଝୀର ଧାନ ଫସଲ ନଷ୍ଟ କରି ଦେଇଥିଲେ। ଖବର ପାଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ ମହାନନ୍ଦ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଦ୍ଧ୍ୟାନ କରିଥିଲେ । ଏନେଇ ରେଞ୍ଜର ଶ୍ରୀ ମହାନନ୍ଦକୁ ପଚାରିବାରୁ ଗୋଟିଏ କୁଡ଼ିଆ ଘରକୁ ହାତୀପଲ ଭାଙ୍ଗିବା ସହ ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଆକଳନ ପରେ ଲୋକଙ୍କୁ କ୍ଷତି ପୁରାଣ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟଯେ, ସେପ୍ଟେମ୍ବର ୪ ତାରିଖରେ  ଲାଞ୍ଜିଗଡ ପଞ୍ଚାୟତ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରେ ହାତୀପଲ ରହି ୫ ତାରିଖ ରାତିରେ ବାନୀଙ୍ଗା ଆସି ମକା ଫସଲ ନଷ୍ଟ କରିବା ସଙ୍ଗେ ମାଗୁର ଡ଼ମ୍ବିସିଙ୍କ ଧାନ ଫସଲ ନଷ୍ଟ କରି ତା ପରଦିନ ଗୋଇପଟା ଗାଁର ଅଛୁତ ମାଝୀଙ୍କ ଦେଢ ଏକର ଧାନ ଫସଲକୁ ନଷ୍ଟ କରିଦେଇଥିଲେ।ତାପରେ ସେପ୍ଟେମ୍ବର ୮ତାରିଖ ଦିନ ଛତ୍ରପୁର ପଞ୍ଚାୟତର ଲେପଟା ଗୁଡା ଗାଁର ବୁଡୁ ମାଝୀଙ୍କ ଘର ଭାଙ୍ଗିବା ପରେ ବନ୍ଧପାରୀ ବୁରୀ ଜଙ୍ଗଲ ଦେଇ ଚାଲି ଯାଇଥିଲେ। ଏପଟେ ବାନୀଙ୍ଗା ଠାରେ ଏକ ଦୁଇ ବର୍ଷର ହାତୀ ଛୁଆ ଦଳରୁ ଅଲଗା ହୋଇ ଲାଞ୍ଜିଗଡ ଓ ତ୍ରିଲୋଚନ ପୁର ପଂଚାୟତର ଲୋକଙ୍କ ବହୁ କ୍ଷତି ଘଟାଇ ଥିବା ବେଳେ ଦୁଇ ଜଣ ଲାଞ୍ଜିଗଡ ମେଡିକାଲରେ ଭର୍ତି ହୋଇଥିଲେ। ଅନ୍ୟପଟେ ହାତୀପଳ ବୁରୀ ଜଙ୍ଗଲ ଦେଇ ଲାଞ୍ଜିଗଡ ବ୍ଲକ ଭବାନୀପାଟଣା ଉତ୍ତର ବନଖଣ୍ଡ ଗୁଣ୍ଡରୀ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ଥିଲେ ଏହି ଦଳରେ ୧୦ରୁ ୧୫ ହାତୀ ଥିବାବେଳେ ୩ଟି ହାତୀ ଛୁଆ ଥିବାର ସୂଚନା ମିଳିଥିଲା।କିନ୍ତୁ ଦଳରୁ ଅଲଗା ଥିବା ହାତୀ ଛୁଆକୁ ବିଶ୍ୱନାଥପୁର ବନ ବିଭାଗ ସେପ୍ଟେମ୍ବର ୧୬ତାରିଖରେ ହାତୀପଲରେ ମିଶାଇ ଥିବାବେଳେ ୧୭ତାରିଖରେ ଦିନ କର୍କଟା ନିକଟ ଜଙ୍ଗଳରେ ୩ ମାସର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲା ଭବାନୀପାଟଣା ବନ ବିଭାଗ। ହାତୀଛୁଆର ମୃତ୍ୟୁକୁନେଇ ପ୍ରକୃତିପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ଭବାନୀପାଟଣା ବନ ବିଭାଗର ଅପାରଗତତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି । ଏହି ହାତୀଛୁଆର ମୃତ୍ୟୁ ପାଇଁ ଦାୟୀ କିଏ ତାହାକୁ ନେଇ ଏବେବି ଚର୍ଚ୍ଚା ଆଲୋଚନା ଥମିବାର ନା ନେଉନାହିଁ ।

କର୍କଟା ଡେମରୁ ହାତୀପଳ ପୁଣି ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଜଙ୍ଗଲରେ ରହି କିଡିଙ୍ଗ ଗାଁର ଲୋକଙ୍କ ଧାନ ଫସଲ ନଷ୍ଟ କରିବା ସହ ରବିବାର ରାତିରେ ହାତୀସାଲ ଜଙ୍ଗଲରେ ରହି ବେଡଙ୍ଗା ପଞ୍ଚାୟତର ସୁଲିମ ଗାଁକୁ ଆସି ଘର ଓ ଧାନ ଫସଲ ନଷ୍ଟ କରିଛନ୍ତି। ପ୍ରାୟ ଦୁଇ ମାସ ହେବ ହାତୀପଳ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ପରିମାଣରେ ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ଚିନ୍ତା ବଢି ଯାଇଛି । 

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.