କୋକସରା ପଞ୍ଚାୟତ ଡିଗ୍ରୀ କଲେଜରେ ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରନିର୍ମାଣ ପ୍ରତିଯୋଗିତା

କୋକସରା,୨୯/୧୦ : କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜରେ ବ୍ଲକ ସ୍ତରୀୟ ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରନିର୍ମାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ନେହୁରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୂତିଆ ବନ୍ଦିଛୋଡଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ କଲେଜ ଅଧ୍ୟକ୍ଷ ଗୁଣକର ପଣ୍ଡା ଯୋଗ ଦେଇଥିବାବେଳେ ପୁଷ୍ପରାଜ ମେହେର, ଜଗନ ଚନ୍ଦନି, କନକ ମଞ୍ଜରୀ ବେହେରା, ସୁବ୍ରତ କୁମାର ବେହେରା, ଅରିନେସନ ଚି଼ନ୍ଦା, ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୂଖ ସମ୍ମାନିତ ଅଥିତି ଭାବେ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରନିର୍ମାଣ ପ୍ରସଙ୍ଗରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ ଜଗନ ଚନ୍ଦନି, ଅରିନେସନ ଚି଼ନ୍ଦା, ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ କୁମାରୀ ବେହେରା ଯୋଗଦେଇଥିଲେ । ପ୍ରତିଯୋଗିତାରେ ଉକ୍ତ କଲେଜର ଉମାଶଙ୍କର ପାଣିଗ୍ରାହୀ ପ୍ରଥମ, ସେତୁରାମ ନାଏକ ଦ୍ୱତୀୟ ଏବଂ ଭାଗ୍ୟଶ୍ରୀ ପଟେଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ  କୋପନେଶ୍ୱର ବେମାଲ ଓ ଧର୍ମଗଡ଼ ବ୍ଲକ ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ ଅକ୍ଷୟ କୁମାର ମେହେର ପରିଚାଳନା କରିଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.