କାର୍ଯ୍ୟକ୍ଷମ ହେଉନି କପାମଣ୍ଡି, ୨ କୋଟି ଟଙ୍କା ବର୍ବାଦ

ବଢୁଛି ଚାଷୀ ଅସନ୍ତୋଷ, ଆଗକୁ ହୋଇପାରେ ଆନ୍ଦୋଳନ

Omkar Vasthu
Omkar Vasthu

ବୀରମହାରାଜପୁର,୮/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ କପାମଣ୍ଡି କାଯ୍ୟକ୍ଷମ ହେଉନି । ଫଳରେ ଦୁଇ କୋଟି ଟଙ୍କା ପାଣିରେ ପଡିଲା ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ଚଳିତ ବର୍ଷ ବୀରମହାରାଜପୁର କୃଷି ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩ ହଜାର ୬ ଶହ ହେକ୍ଟର ଜମିରେ କପା ଚାଷ ହୋଇଥିବା ସରକାରୀ ଆକଳନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିଶେଷକରି ଜଟେସିଂହା, ବାଗବର, ସୁବଳୟା, ପିତାମହୁଲ, ମୃୁଷୁଣ୍ଢୀ, କେନଝିରିଆପାଲି, ଖଣ୍ଡହତା, ଲତୁରପଙ୍କ, ବହଲପଦର ଓ ଦୁର୍ଯ୍ୟନତୈଲା ସମତେ ଉଲୁଣ୍ଡା ବ୍ଲକର କଳାପଥର, ଜାଲୋଏ, ମହଦା, ଉଲୁଣ୍ଡା ଓ ଖେମାଲୋଏ ପ୍ରମୁଖ ପଞ୍ଚାୟତ ମାନଙ୍କର ଜମିରେ କପା ଚାଷ କରାଯାଇଛି । ଅଞ୍ଚଳରେ କପାଚାଷୀ ସଂଖ୍ୟା ବୃଦ୍ଧି ପାଇବା ସହ ଉପ୍ତାଦନ ମଧ୍ଯ ବଢ଼ିଥିବାରୁ ବିକ୍ରି ପାଇଁ କପାମଣ୍ଡି ନିହାତି ଜରୁରୀ ହୋଇପଡ଼ିଛି ।

ଏଭଳି ସ୍ଥିତିରେ ଚାଷୀ ପାଇଁ ଦୀର୍ଘ ବର୍ଷ ହେବ ବୀରମହାରାଜପୁର ନିୟନ୍ତ୍ରଣ ବଜାର କମିଟି (ଆରଏମସି) ପକ୍ଷରୁ ବଡଖମାର ଠାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏକ କୋଠା ନିର୍ମାଣ ହୋଇଥିଲେ ମଧ୍ଯ ତାହା କାଯ୍ୟକ୍ଷମ ହେଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସିସିଆଇ ଏଠାରେ ଚାଷୀଙ୍କ ଠାରୁ କପା ସଂଗ୍ରହ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ । ତୁରନ୍ତ ଏହି ମଣ୍ଡିରୁ ଚାଷୀଙ୍କ ଠାରୁ କପା ସଂଗ୍ରହ ନକଲେ ଆଗାମୀ ଦିନରେ ରାଜ ରାସ୍ତା ରୋକ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.