କୋସଲେଶ୍ବରୀ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ ଅନୁଷ୍ଠିତ

ବଲାଙ୍ଗୀର,୮/୧୨: ବଲାଙ୍ଗୀର ଜିଲ୍ଲା ସିନ୍ଦୂରବାହାଲ ଗ୍ରାମ ନିକଟରେ ଦେବୀ କୋସଲେଶ୍ବରୀ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଅଛି। ଏହି ପୂଜନୋତ୍ସବରେ ପଦ୍ମଶ୍ରୀ ବିଦ୍ୟାବାଚଷ୍ପତି ଡ. ଶ୍ରୀନିବାସ ଉଦଗାତା ଓ କବି ନିମାଇଁ ଚରଣ ପାଣିଗ୍ରାହୀ କର୍ତ୍ତା ଭୂମିକା ତୁଲାଇଥିଲେ। ଗୋକୁଳାନନ୍ଦ ମିଶ୍ର ପୂଜକ ଦାୟିତ୍ଵ ନିର୍ବାହ କରିଥିବା ବେଳେ କବି ସୁଶାନ୍ତ ବାଗ, ଧନମତ୍ ପାଣିଗ୍ରାହୀ, ଶାନ୍ତନୁ କୁମାର ନାଏକ, କୁନୁବାବୁ ପାଣିଗ୍ରାହୀ ପ୍ରମୁଖ ତତ୍ତ୍ଵାବଧାରକ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଭିକାରୀ ମିଶ୍ର, ସେବକ ଚରଣ ମିଶ୍ର, ସମାଜସେବୀ ବଳରାମ ସିଂ ଯାଦବ, ବିଶ୍ଵଜିତ ନାୟକ, ମୁରଲିଧାରୀ ପତି, ରାମଭକ୍ତ ଫରିକାର, କୃଷ୍ଣଚନ୍ଦ୍ର ବାରିକ, ପୁସ୍ତମ ଜୁଆଡି଼, ଦେବାନନ୍ଦ ହୋତା, ସତ୍ୟନାରାୟଣ ନାୟକ, ଗୋପବନ୍ଧୁ ସତପଥି, ସନ୍ଦୀପ କୁଅଁର, ପ୍ରତାପ ଆଚାର୍ଯ୍ୟ, ବିହାରିଲାଲ ମିଶ୍ର ପ୍ରମୁଖ ତଥା ନିକଟବର୍ତ୍ତୀ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏଥିରେ ସିନ୍ଦୂରବାହାଲ ଗ୍ରାମର କୀର୍ତ୍ତନ୍ୟମଣ୍ଡଳୀ ସାମିଲ ହୋଇ ମନମୋହକ ଭଜନ ପରିବେଷଣ କରିଥିଲେ। କୋସଲେଶ୍ବରୀ ଦେବୀଙ୍କ ମନ୍ଦିର ନିର୍ମାଣ ପ୍ରକ୍ରିୟା ଅତିଶୀଘ୍ର ସମ୍ପନ୍ନ ହେବ ଓ ଏହି ମହତ୍ କାର୍ଯ୍ୟରେ ଅଞ୍ଚଳବାସୀ ତଥା ଜିଲ୍ଲାର ସମସ୍ତ ଜନସାଧାରଣ ସକ୍ରିୟ ଯୋଗଦାନ କରିବାକୁ ଉଦଯୋଗୀବୃନ୍ଦ ଆହ୍ବାନ କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.