ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ, ସ୍ତ୍ରୀ ଗୁରୁତର

କଳାହାଣ୍ଡି,୧୩/୧୨ : ଥୁଆମୂଳ ରାମପୁର ନିକଟ ପାଲଯୋର – ଥୁଆମୂଳ ରାମପୁର – ଭବାନୀପାଟଣା ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଟେଭାକଲମ୍ ଗାଁର ସିଗେସନ ନାଏକ (୨୨) ନିଜ ସ୍ତ୍ରୀ ନମିତା ନାଏକକୁ ନେଇ ଅପରାହ୍ନ ପ୍ରାୟ ୫ .୩୦ ମିନିଟ ସମୟରେ ନିଜ ବାଇକ୍ ରେ ଥୁଆମୂଳ ରାମପୁରରୁ ନିଜ ଘରକୁ ଫେରୁଥିବା ବେଳେ ପାଲଯୋର୍ ପାଖରେ ସାମ୍ନା ପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର୍ ହୋଇଥିବା ସୂଚନା ମିଳିଛି। କିନ୍ତୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଅଧିକ ବ୍ୟବସ୍ଥା ନଥିବା ଯୋଗୁଁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ରାତ୍ର ୨.୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୋଟର ଯାନ ଧାରା ୨୭୯, ୩୩୭, ୩୦୪ ଆଇପିସିରେ ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଥୁଆମୂଳ ରାମପୁର ଏଏସ୍ ଆଇ ଅଜୟ ନାୟକ ଏହାର ତଦନ୍ତ ଭାର ନେଇଛନ୍ତି ।

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.