ଜୁନାଗଡ ସରସ୍ବତୀ ଶିଶୁ ମନ୍ଦିରର ୩୩ତମ ବାର୍ଷିକୋତ୍ସବ

ଦର୍ଶକଙ୍କୁ ଅଭିଭୂତ କଲା ବିଦ୍ୟାର୍ଥୀଙ୍କ ପରିବେଷିତ ଘୋଡାନାଚ

ଜୁନାଗଡ,୨୨/୧୨ : ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରର ୩୩ତମ ବାର୍ଷିକୋତ୍ସବ ଧୁମଧାମରେ ପାଳିତ ହୋଇ ଯାଇଛି । ଶିଶୁମନ୍ଦିର ପରିଚାଲନା କମିଟି ସଂପାଦକ ବିନାୟକ ଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ମୂଖ୍ୟବକ୍ତା ଭାବରେ ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରିୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ବାବା ପ୍ରଭାକର ଦାସ ଉପସ୍ଥିତ ଥିଲେ । ବିଭିନ୍ନ ସ୍ତର ରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଜୟ ପାଢୀ ବାର୍ଷିକ ବିବରଣୀ ପଠନ, ଉଦିତ ବେହେରା ଅତିଥି ପରିଚୟ ପ୍ରଦାନ ଓ ହେମନ୍ତ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ ।‍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ରାଜକିଶୋର ପଟ୍ଟନାୟକ । ପ୍ରାରମ୍ଭରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦ୍ବାରା ୧୮ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ତିନି ଜଣ ଛାତ୍ରୀ ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ଲୋକନୃତ୍ୟ ଘୋଡା ନାଚ । ଏହା ଉପସ୍ଥିତ ଦର୍ଶକଙ୍କୁ ଆବିଭୂତ କରିଥିଲା । ଶେଷରେ ତଅପୋଇ ଗୀତିନାଟ୍ୟ ଅଭିନିତ ହୋଇଥିଲା ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.