ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଲମପୁରର ବାର୍ଷିକ ଉତ୍ସବ

କଲମପୁର,୨୧/୧୨ : କଳାହାଣ୍ଡି ଜିଲ୍ଲା କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶକ୍ତି ଓ ଗୃହ, ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସକାରାତ୍ମକ ବିଚାର ଧାରା ଅବଲମ୍ବନ କରି ସମାଜରେ ପ୍ରତିଷ୍ଠିତ ହୋଇପାରିବେ, ନକାରାତ୍ମକ ବିଚାର ଧାରାରେ ମାର୍ଗ ବିଚ୍ୟୁତ ହୋଇଯାଏ ଏଣୁ ସମସ୍ତ ପରିସ୍ଥିତିକୁ ସାମନା କରି ବୈଜ୍ଞାନିକ ଆଇନଷ୍ଟାଇନ, ଅବଦୁଲ କାଲାମଙ୍କ ପରି ସୁନାମ ଅର୍ଜନ କରିବାକୁୁ ଦିଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

ବିଦ୍ୟାଳୟ ଅଧ୍ୟକ୍ଷ ଦିପୁନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପିଆଇ କଲେଜ ଅଧ୍ୟାପକ ଇମ୍ରାନ ମହମ୍ମଦ ଖାଁ ମୁଖ୍ୟବକ୍ତା ଏବଂ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବୀନ କୁମାର ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଶିକ୍ଷକ ରିପୁଦମନ ସୌରଭ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ । ଶିକ୍ଷକ ଈଶ୍ୱର ଚନ୍ଦ୍ର ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ପିଣ୍ଟୁ ଲାକ୍ରା, ଦୁର୍ଭକ୍ଷ ରଣା, ଶକ୍ତି ପ୍ରସାଦ ସାମଲ, ସଂଜୀବ କୁଣ୍ଡ ପ୍ରମୁଖ ଶିିିକ୍ଷକ ସହଯୋଗ କରିଥିଲେ।

Udyog Nursery
Udyogi Nursery
କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.