ରାଜ୍ୟସ୍ତରୀୟ ସରଗିଫୁଲ ୨୦୧୯ରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଦଳଗତ ନୃତ୍ୟରେ ଚମ୍ପିଆନ

ରାୟଗଡ,୨୨/୧୨ :  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଆବାସିକ ବିଦ୍ୟାଳୟ ସମୂହକୁ ନେଇ ଅନୁଷ୍ଠିତ ରାଜ୍ୟସ୍ତରୀୟ ସରଗିଫୁଲ୍ ୨୦୧୯ରେ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରି ରାୟଗଡ଼ା ଜିଲ୍ଲାର ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଚମ୍ପିଆନ ହୋଇଛନ୍ତି । ଚଳିତ ବର୍ଷ ସରଗିଫୁଲ ସଫଳତାର ସହ ଦଶ ବର୍ଷ ପାଳନ କରୁଥିବା ବେଳେ ପ୍ରଥମ ଥର ଲାଗି ରାୟଗଡ଼ା ଜିଲ୍ଲା ଦଳଗତ ସାଂସ୍କୃତିକ ନୃତ୍ୟରେ ପୁରସ୍କାର ହାସଲ କରି ଗୋୖରବମୟ ଇତିହାସ ରଚନା କରିଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାରୁ ଦଳଗତ ଚମ୍ପିଆନ ହୋଇଥିବା ୩୦ଟି ଦଳ ନିଜର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ । ତେବେ ଓଡିଶାର ବିଭିନ୍ନ ଜନଜାତିଙ୍କ ପାରମ୍ପରିକ ସଂସ୍କୃତି ଓ ଐତିହ୍ୟକୁ ନେଇ ଆଦିବାସୀ ନୃତ୍ୟର ଏକ ଫ୍ୟୁଜନକୁ ସୁଂଦର ଭାବରେ ଉପସ୍ଥାପନ କରିଥିଲେ ରାୟଗଡ ଜିଲ୍ଲା ଚମ୍ପିଆନ ଦଳ । ଉନ୍ନୟନ କମିଶନର ସୁରେଶ ମହାପାତ୍ର, ବିଭାଗୀୟ ସଚିବ ରଂଜନ ଚୋପ୍ରା, ମେମ୍ବର ସେକ୍ରେଟେରି, ଏଟିଏଲସି ଅଖିଳ ବିହାରୀ ହୋତା, ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ମାନପତ୍ର, ସିଲ ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ଅନନ୍ତ କୁମାର ତ୍ରିପାଠୀ, ରାମ ଚନ୍ଦ୍ର ପାଢ଼ୀ, ଦିପ୍ତି ଜେନା, ସାରଦା ପଣ୍ଡା, ସନ୍ତୋଷ ପଣ୍ଡା, ରଶ୍ମିତା ପଟ୍ଟନାୟକ, ଫମିଡ ବେଗମ ଓ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀମାନେ ଭୁବନେଶ୍ଵର ଯାଇ ଆଦିବାସୀ ପଡ଼ିଆରେ ନିଜର ନୃତ୍ୟକଳା ପ୍ରଦର୍ଶନ କରିଥିଲେ । ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଏଇ ଅଭିନବ ଗୀତର ସଂଯୋଜନା ସହ ନୃତ୍ୟର ପରିକଳ୍ପନା କରିଥିବାବେଳେ ଛାତ୍ର ରାମବାବୁ ମିଣିଆକା ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ସଫଳତା ପାଇଁ ବିଭିନ୍ନ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.