ବିଶ୍ୱନାଥପୁର ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ୨୪/୧୨ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରଗ୍ ହର୍ଷଦ୍ ଯୋଗଦେଇ ଅଞ୍ଚଳର ଅନେକ ସମସ୍ୟା ସଂପର୍କରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସେଗୁଡିକର ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦଶ ଦେଇଥିଲେ । ଏଥିରେ ମୋଟ ୧୨୯ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା, ସେଥି ମଧ୍ୟରୁ ୩୦ଟି ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ସଂପର୍କିତ ଥିଲା । ଶିବିରରେ ମୁଖ୍ୟତଃ ଗ୍ରାମ ଉନ୍ନୟନ ବିଭାଗ ଓ ପିଡବ୍ଲୁଡି ବିଭାଗ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳର ବିଭିନ୍ନ ସମସ୍ୟା ସଂପର୍କରେ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ସୁଣିବାସହ ଏସବୁର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲାପାଳଙ୍କ ସହିତ ଏପିଡ଼ି ଏଡ଼ମିନ ଗୋପାଳ ନାଇଡୁ, ଉପଜିଲ୍ଲାପାଳ ସୁଶାନ୍ତ ସିଂ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ଜିଲ୍ଲା ଚିକିତ୍ସାଧିକାରୀ ବନଲତା ଦେବୀ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଏବିଡିଓ ବିଭୁତିଭୂଷଣ ଶତପଥି, ବ୍ଲକ ଉପାଧକ୍ଷ ତୁଳସୀ ନାଏକଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ ।

Udyog Nursery
Udyogi Nursery
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.