ହୋ ହାଲ୍ଲା ମଧ୍ୟରେ ସରିଲା ମନରେଗା ଜନଶୁଣାଣି ଶିବିର

କୋକସରା,୨୪/୧୨ : କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ହୋ ହାଲ୍ଲା ମଧ୍ୟରେ ସମାପନ ହୋଇଛି । ଜନଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ, ସମ୍ମାନିତ ଅତିଥି ସମାଜସେବୀ ଘାଷିରାମ ପାଟ୍ଟଯୋଷୀ, ଏପିଓ ମୋନାଲିସା ସାମଲ ପ୍ରମୂଖ ମଞ୍ଚାସୀନଥିଲେ । ଏଥିରେ ବ୍ଲକର ୨୨ ଗୋଟି ପଞ୍ଚାୟତର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଓ ବନ କର୍ମଚାରୀ ମାନେ ଯୋଗଦେଇ ୨୦୧୮-୧୯ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଜନିଜ ପଞ୍ଚାୟତରେ କେତେ ଟଙ୍କା ଅନୁଦାନ ମିଲିଥିଲା ଓ କେଉଁ କେଉଁ କାର୍ଯ୍ୟରେ କେତେ ଟଙ୍କା ବିନିଯୋଗ କରାଯାଇଛି ତାହାର ବିବରଣି ପଠନ କରିଥିଲେ । ଏହା ସହିତ ୨୦୧୮-୧୯ ବର୍ଷରେ ମୋଟ ପଂଜିକୃତ ଶ୍ରମିକ ପରିବାର ସଂଖ୍ୟା କେତେ, କେତେ ଜଣ ପରିବାରଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇଛି, କେତେ ପରିବାର କାର୍ଯ୍ୟ ପାଇ ଆବେଦନ କରିଛନ୍ତି, ମୋଟ ଶ୍ରମ ଦିବସ କେତେ ଦିନ ଏଭଳି ବିଭିନ୍ନ ବିଷୟରେ ବିବରଣି ପଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ପ୍ରଦାନରେ ବହୁତ ଅବହେଲା କରାଯାଇଥିଲା ଫଳରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଗାଁ ସାଥି ମାନଙ୍କୁ ମଧ୍ୟ ସୁଚନା ପ୍ରଦାନ କରାଯାଇ ନଥିବାରୁ ଗାଁ ସାଥି ମାନଙ୍କ ଠାରୁ ବିରୋଧାଭାସ ଶୁଣିବାକୁ ମିଲୁଛି । ସମସ୍ତ କର୍ମ ନିଯୁକ୍ତି ଯୋଜନାରେ ଗାଁ ସାଥି ମାନଙ୍କ ପ୍ରମୂଖ ଭୁମିକା ରହିଥିବାବେଳେ କେତୋଟି ନିର୍ଦ୍ଧିଷ୍ଟ ପଞ୍ଚାୟତରେ ଗାଁ ସାଥି ମାନଙ୍କୁ ଅଣଦେଖା କରି ବାହାରୁ ଶ୍ରମିକ ଆଣିବା ସହ ଯନ୍ତ୍ରପାତି ମାଧ୍ୟମରେ କାର୍ଯ୍ୟ ସଂପାଦନା କରାଯାଉଛି । ଗ୍ରାମ ପଞ୍ଚାୟତ ତଥା ବ୍ଲକ ସ୍ତରରେ ନାମକୁ ମାତ୍ର ସାମାଜିକ ସମିକ୍ଷା ବୈଠକ ଦେଖାଉଥିବା ବେଳେ ଶ୍ରମିକ ମାନଙ୍କର ଅଂଶଗ୍ରହଣକୁ ଗୁରୁତ୍ବ ଦିଆଯାଉନାହିଁ । ଫଳରେ ଗାଁ ସାଥି ଓ ଶ୍ରମିକଙ୍କ ମନରେ ନିରାଶ ଭାବନା ପ୍ରକାଶ ପାଇବା ଦେଖାଯାଇଛି । ମନରେଗା କାର୍ଯ୍ୟରେ ଗାଁ ସାଥିଙ୍କ ନାମରେ କାର୍ଯ୍ୟାଦେଶ ଦେବାର ନିୟମ ଥିବାବେଳେ ଠିକାଦାର ମାନଙ୍କୁ ନିୟୋଜିତ କରାଯାଉଛି । ଫଳରେ ଗାଁ ସାଥି ମାନେ ତାଙ୍କର ଦୈନିକ ପାରିଶ୍ରମିକ ହେରେଇ ବସୁଛନ୍ତି । ଏଭଲି ଅନେକ ଅଭିଯୋଗ ଜନ ଶୁଣାଣି ଶିବିରରେ ଗାଁ ସାଥି ମାନେ ଆଣିଥିଲେ । ଫଳରେ ଅଧିକାରୀ ମାନେ ଅନେକ ପ୍ରଶ୍ନର ଉତ୍ତର ଦେଇନଥିବା ବେଳେ ଶିବିରରେ ହୋ ହାଲ୍ଲା ପରିସ୍ଥିତ ମଧ୍ୟ ଦେଖିବାକୁ ମିଲିଥିଲା । ଫଳରେ ଶିବିରକୁ ସେଠାରୁ ବନ୍ଦ କରିଦିଆ ଯାଇଥିଲା । ଅନ୍ୟପଟେ ଶିବିରରେ ଆବଶ୍ୟକ ମୁତାବକ ଚୌକିର ବ୍ୟବସ୍ଥା ହୋଇନଥିବା ବେଳେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀରୁ ଆସିଥିବା ମହିଳା ମାନେ ଓ ଶ୍ରମିକ ମାନେ ସଭା ସ୍ଥଲରୁ ବାହାରେ ରହି କେବଲ ସ୍ରୋତା ପାଲଟିଥିଲେ । ଯେଉଁ ଅଭିଯୋଗ ଆଶାରେ ଶ୍ରମିକ ମାନେ ଜନଶୁଣାଣି ଶିବିର କୁ ଆସିଥିଲେ ତାହା ଉପସ୍ଥାପନ କରିନପାରି ନିରାଶ ହୋଇ ଫେରିଥିଲେ । ଏନେଇ ଆମେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ କୌଣସି ମତାମତ ଦେବାକୁ ମନା କରିଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.