ସରକାରୀ ନିୟମକୁ ଫୁ… ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ଯାଞ୍ଚ କେବେ ???

ସୋନପୁର,୨୩/୧୨ : ରାଜ୍ୟ ସରକାର ଶିକ୍ଷାର ସଂସ୍କାର ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଘୋଷଣା କରୁଛନ୍ତି । ହେଲେ ଘୋଷଣା ଗୁଡିକ କେବଳ କାଗଜ ପତ୍ର ଓ ମିଡିଆ ମଧ୍ୟରେ ସିମୀତ ରହିଯାଉଛି । ଯେପରିକି ଛାତ୍ର ଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଗତ ସେପ୍ଟେମ୍ବର ୧ତାରିଖ ରୁ ସ୍ୱତନ୍ତ୍ର ଏକ ସ୍କ୍ୱାର୍ଡ ଗଠନ ଲାଗି ସମସ୍ତ ଜିଲ୍ଲାପାଳ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁନିର୍ଦେଶ ଦିଆ ଯାଇଥିଲା ଏଥିପାଇଁ ଜିଲ୍ଲାସ୍ତରରେ ସ୍କ୍ୱାର୍ଡ ଗଠନ କରାଯାଇ ଯାଂଚ କରାଯିବା କଥା ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ସେହି ମାସ ୧୧ ତାରିଖରୁ ଅଚାନକ ସ୍କୁଲଗୁଡିକୁ ପରିଦର୍ଶନ କରି ପିଲା ମାନଙ୍କ ବ୍ୟାଗ୍ ର ଓଜନ ପରଖିବେ । ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାର ସ୍କୁଲ ବ୍ୟାଗ୍ ଓଜନ ନିୟମାନୁସାରେ ଷ୍ଟେଟ୍ କାଉନ୍ସିଲ୍ ଅଫ୍ ଏଜୁ କେଶନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏସ୍ସିଇଆର୍ଟି) କିମ୍ବା ବିଏସଇ ଏବଂ ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍ସିଇଆର୍ଟି) ଦ୍ୱାରା ଯେଉଁ ଶ୍ରେଣୀ ପାଇଁ ଯେତିକି ପାଠ୍ୟ ପୁସ୍ତକ ଧାର୍ଯ୍ୟ କରାଯାଇଥିବ
ପିଲାମାନେ ସେତିକି ବହି ଆଣିବେ । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଏହା ଠାରୁ ଅଧିକ ବହି ତଥାଅନ୍ୟ ବହି ଆଣିବାକୁ ପିଲାମାନଙ୍କୁ କହିପାରିବେ ନାହିଁ । ଏଥିସହିତ କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କେତେ ଓଜନର ବ୍ୟାଗ୍ ସ୍କୁଲକୁ ଆଣି ପାରିବେ ତାହା ମଧ୍ୟ ନିୟମରେ ଉଲ୍ଲେଖ ରହିଛି ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୨ଟିବହି ରହିବ ଏବଂ ବ୍ୟାଗ୍ର ଓଜନ ୧.୫କେଜି ରହିବ । ସେହିପରି ୩ୟ ରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ୪ଟି ବହି ଯଥା ମାତୃଭାଷା, ଇଂରାଜୀ, ଗଣିତ ସହ ପରିବେଶ ବିଜ୍ଞାନ ରହିବ ଏବଂ ବ୍ୟାଗ୍ ର ଓଜନ ୨ରୁ ୩ କେଜି ଭିତରେ ରହିବ । ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ଓଜନ ୪ କେଜି ରହିବ । ସେହିପରି ୮ମ ଓ ୯ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ଓଜନ ୪.୫ କେଜି ଏବଂ ୧୦ମ ଶ୍ରେଣୀର ପିଲାଙ୍କ ବ୍ୟାଗ୍ର ଓଜନ ୫ କେଜିରୁ ଅଧିକ ହେବନାହିଁ । ସ୍କୁଲ ପରିସରରେ ପିଲାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ବାଧ୍ୟକତାମୂଳକ କରିବାକୁ ପଡିବ । ଆଉ ଏଣିକି ଛାତ୍ରଛାତ୍ରୀ ମାନେ ନିଜ ଘରରୁ ସ୍କୁଲକୁ ପାଣି ବୋତଲ ଆଣିବେ ନାହିଁ । କେବଳ ଘରୋଇ ଖାଦ୍ୟ ଆଣିବେ । ଅଭିଭାବକମାନେ ରୁଟିନ୍ ଅନୁସାରେ ବହିଦେବେ ଓ ପିଲା ମାନେ ଯେପରି ବ୍ୟାଗ୍କୁ ଦୁଇ କାନ୍ଧରେ ବିନା କଷ୍ଟରେ ଆଣି ପାରିବେ ତାହାର ତଦାରଖ କରିବେ ।

କିନ୍ତୁ ସୋନପୁର ବ୍ଲକର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକରେ ଏହି ନିୟମ ଖୋଲା ଖୋଲି ଭାବରେ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । ଏହି ସବୁ ସ୍କୁଲ ଗୁଡିକର ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ଦିନ ବହି, ଖାତାପୂର୍ଣ୍ଣ ଓଜନଦାର ବ୍ୟାଗ୍ ବିଶେଷ କରି ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଅଧିକ ଓଜନର ବ୍ୟାଗ୍ ବୋହି ନେଉଥିବା ଦେଖିବାକୁ ମିଳୁଛି । ଏ ସମ୍ପକୟଙ୍କର ଡିଇଓ ଙ୍କୁ ଯୋଗାଯୋଗ କରିବାରୁ ସମ୍ଭବ ହୋଇପାରି ନଥିଲା । ଜିଲ୍ଲା ଶିକ୍ଷା ବିଭାଗ ଏହି ଉପରେ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.