ଭାଲେଗାଁ ରେ ମହାଲକ୍ଷ୍ମୀ ପୂଜା

ଟିଟିଲାଗଡ,୨୦/୧୨ :

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଭାଲେଗାଁ ଠାରେ ୧୩ତମ ଜୟ ମାଁ ମହାଲକ୍ଷ୍ମୀ ପୂଜା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ଗତ ଶନିବାର ଦିନ ସୁଦୁର ତେଲ ନଦୀ ଠାରୁ ବହୁ ଆଡମ୍ବରେ ନାମ ସଂକୀର୍ତ୍ତନ କରି କଳସ ଯାତ୍ରା କରିଥିବା ବେଳେ ରବିବାର ଦିନ ସମସ୍ତ ଗ୍ରାମବାସୀ ବହୁ ଆନନ୍ଦ ଉଲ୍ଲାସରେ ଅର୍ଣ୍ଣଦାତ୍ରୀ ମାଁ ମହାଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରିବା ସହିତ ମାଁଙ୍କ ନାମଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯଜ୍ଞ କର୍ତା ଭାବେ ଶ୍ରୀଯୁକ୍ତ ବିଷ୍ଣୁ ଝାଙ୍କର ଓ ତାଙ୍କ ସହଧର୍ମିଣୀ ବୈଦେହୀ ଝାଙ୍କର ରହିଥିବା ବେଳେ ଶ୍ରୀଯୁକ୍ତ ଭଗବାନ ମିଶ୍ର ପୂଜକ ଦାୟିତ୍ବ ତୁଲାଇଥିଲେ ।

ସୋମବାର ଓ ମଙ୍ଗଳବାର ପ୍ରବଚନ କାର୍ଯ୍ୟକ୍ରମ ଓ ବୁଧବାର ରାତ୍ରିରେ ମହିଳା ସଂଚାର କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ମୁକୁନ୍ଦ ବାଗ, ସମ୍ପାଦକ ଦେବସାଗର ବାଗ ଓ କୋଷାଧ୍ୟକ୍ଷ ରଞ୍ଜନ ଝାଙ୍କର ରହିଥିବା ବେଳେ ଶିବ ଚନ୍ଦନ, ପରମାନନ୍ଦ ବିଶି ତଥା ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

Report by Bhismasen Mahakur, Titlagarh Correspondent odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.