UNICEF ମ୍ୟୁଜିକ୍ ଭିଡିଓରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରାଛାତ୍ରୀ

ରାୟଗଡ ଜିଲ୍କା ପାଇଁ ଗର୍ବ ଓ ଗୋୖରବ

Omkar Vasthu
Omkar Vasthu

ରାୟଗଡ,୪/୧ : ପୁଣି ଥରେ ରାୟଗଡ ଜିଲ୍ଲା ପାଇଁ ଗୋୖରବ ଆଣି ଦେଇଛି ଆଶ୍ରମ ବିଦ୍ୟାଳୟ ଭାକୁରଗୁଡା । ୟୁନିସେଫ ପକ୍ଷରୁ ନୂଆ ବର୍ଷ ଅବସରରେ ସଦ୍ୟ ଭାବେ ପ୍ରସ୍ତୁତ ଓ ସର୍ବସାଧାରଣ ଲାଗି ମୁକ୍ତି ଲାଭ କରିଥିବା ମ୍ୟୁଜିକାଲ ଭିଡିଓରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଦିବାସୀ ନୃତ୍ୟକୁ ସାମିଲ କରିଛନ୍ତି । ଏହାକୁ ୟୁନିସେଫ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରିଛି । ଯୁବକ ତଥା ପିଲାଙ୍କୁ ଉତ୍ସାହିତ ଓ ପ୍ରେରଣା ଦେବା ଲାଗି ଜାତୀୟ ସ୍ତରର ବିଭିନ୍ନ ରାଜ୍ୟର ଵିଦ୍ୟାଳୟ ଓ ପିଲାଙ୍କୁ ନେଇ ପ୍ରସ୍ତୁତ ତିନି ମିନିଟର ମ୍ୟୁଜିକାଲ ଭିଡିଓରେ ସର୍ଗିଫୁଲରେ ପ୍ରଦର୍ଶିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ନୃତ୍ୟର ସମନ୍ବୟରେ ପ୍ରସ୍ତୁତ ଭାକୁରଗୁଡା ବିଦ୍ୟାଳୟ ନୃତ୍ୟର କିଛି ଅଂଶକୁ ସ୍ଥାନିତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

https://www.facebook.com/100807979122/posts/10158063172299123/

Udyog Nursery
Udyogi Nursery

 

ବିବିଧତାରେ ଭରା ଏଇ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି ଏବଂ ଚଳିତ ସର୍ଗିଫୁଲରେ ଦଳଗତ ନୃତ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରି ପୁରସ୍କୃତ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟର ଅଭିନବ ପରିଚାଳନା, ବିବିଧ କ୍ଷେତ୍ରରେ ପିଲାଙ୍କ ଅପୂର୍ବ ଦକ୍ଷତା, ନିଆରା ଶୈକ୍ଷିକ କାର୍ଯ୍ୟ ପ୍ରଣାଳୀ ଓ ବିଦ୍ୟାଳୟର ଆକର୍ଷଣୀୟ ଶୈକ୍ଷିକ ପରିବେଶକୁ ନେଇ ବିଦ୍ୟାଳୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଏବଂ ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରି ଆସିଛି । ସ୍ବଚ୍ଛତା ଲାଗି ଏଇ ବିଦ୍ୟାଳୟ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି । ଅଭିନବ କାର୍ଯ୍ୟକ୍ରମକୁ ନେଇ ଅତୀତରେ ୟୁନିସେଫ ପକ୍ଷରୁ ବିଦ୍ୟାଳୟର ସ୍ବତନ୍ତ୍ର ଭାବେ ଡକ୍ୟୁମେଣ୍ଟସନ କରିଥିବା ବେଳେ ନିକଟ ଅତୀତରେ ୟୁନିସେଫର୍ ରାଜ୍ୟ ପ୍ରମୁଖ ମୋନିକା ନେଲସନ ଓ ରାଜ୍ୟ ୟୁନିସେଫ ଶିକ୍ଷା ଵିଭାଗ ପରାମର୍ଶଦାତ୍ରି ଲଲିତା ପଟନାୟକ ପ୍ରମୁଖ ପରିଦର୍ଶନ ରେ ଆସି ପିଲାଙ୍କ କାର୍ଯ୍ୟସମୂହ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । “ସକାଳ ହେଲା, ସପନକୁ ଜାଗ୍ରତ କରିବାର ବେଳ ଆସିଲା, ଶିଶୁ ଦେଶର ଭବିଷ୍ୟତର ଚଷମା” ସଂପର୍କିତ ଏହି ସୁଂଦର ଭାଵଧାରାର ହିନ୍ଦୀ ମ୍ୟୁଜିକ୍ ଭିଡିଓଟିକୁ ଦୀର୍ଘ ଦିନ ଧରି ପିଲାଙ୍କ ପାଇଁ କାମ କରି ଆସୁଥିବା ଜର୍ମାନୀର ବିଜେତା ରିକି କେଜ୍ ନୂତନ ବର୍ଷ ଅବସରରେ ୟୁନିସେଫ ପାଇଁ ପ୍ରସ୍ତୁତ କରିଛନ୍ତି । ଏଭଳି ଆନ୍ତର୍ଜାତୀୟ ମଞ୍ଚରେ ସୁଯୋଗ ପାଇଥିବାରୁ ବିଦ୍ୟାଳୟର ପିଲାମାନେ ଖୁସି ପ୍ରକଟ କରିଥିବାବେଳେ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ରଚନା ହୁଇକା ୟୁନିସେଫ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭାଗୀୟ ଅଧିକାରୀଙ୍କ ମାର୍ଗ ଦର୍ଶନ ତଥା ୟୁନିସେଫ ଓ ଏଟିଏଲସିର ବୈଷିୟକ ସହାୟତା ଯୋଗୁଁ ଆମ ବିଦ୍ୟାଳୟକୁ ସବୁ ସ୍ତରରେ ଭଲ ରୁପେ ଗଢି ତୋଳିବାକୁ ପ୍ରୟାସ କରୁଛି ଏବଂ ବର୍ଷର ପ୍ରଥମ ଭାଗରେ ଏଭଳି ସଫଳତା ଆମ ବିଦ୍ୟାଳୟରେ ନୂଆ ଉନ୍ମାଦନା ଜାଗ୍ରତ କରିଛି ବୋଲି ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.