ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମୋ ସରକାର ସହାୟତା କେନ୍ଦ୍ର ଉଦଘାଟିତ

ରାୟଗଡ,୪/୧ : ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ବ୍ଳକ କାର୍ଯ୍ୟାଳୟକୁ ଆସୁଥିବା ପଂଚାୟତବାସୀଙ୍କୁ ଉତମ ବ୍ୟବହାର ଯୋଗାଇବା, ସେମାନଙ୍କ ଅଭିଯୋଗ ଶୁଣିବା, ସେମାନଙ୍କୁ ବସିବା, ପିଇବା ପାଇଁ ପାଣି ଓ ଶୈାଚାଳୟ ବ୍ୟବହାର ନିମନ୍ତେ ସମସ୍ତ ବ୍ୟବସ୍ଥାଗୁଡିକ ସହ ଏକ ସହାୟତା କେନ୍ଦ୍ରକୁ ଶୁକ୍ରବାର ଦିନ ଉଦଘାଟନ କରାଯାଇଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସବୁ ବ୍ୟବସ୍ଥାଗୁଡିକର ଶୁଭାରମ୍ଭ କରିଥିଲେ । ମୋ ସରକାର କାର୍ଯ୍ୟକ୍ରମରେ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ପଂଚାୟତ ସମିତି କାର୍ଯ୍ୟାଳୟ ରାୟଗଡ ବ୍ଳକ ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ବୋଲି ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ରାଜ୍ୟବାସୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଉର୍ତ୍ସଗୀକୃତ କରିଛନ୍ତି ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଳାରେ ସମସ୍ତ ବ୍ଳକ କାର୍ଯ୍ୟାଳୟ ମଧ୍ୟରେ ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମୋ ସରକାର କାର୍ଯ୍ୟକ୍ରମର ବ୍ୟବସ୍ଥାଗୁଡିକ ପ୍ରଥମେ ଖୋଲାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର, ଗଙ୍ଗାଧର ପୁଆଲା, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକଙ୍କ ସମେତ ପଂଚାୟତ ସମିତି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_______________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.