ସରସ୍ବତୀ ଶିଶୁ ମନ୍ଦିର ସରିଆଁର ବାର୍ଷିକ ଉତ୍ସବ ସମାରୋହ

ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରାଇଲେ ମୁଖ୍ୟ ଅତିଥି ସାଂସଦ ବସନ୍ତ ପଣ୍ଡା

Omkar Vasthu
Omkar Vasthu

କଳାହାଣ୍ଡି,୬/୧ : ଏକ ବାର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମାଁ ସରସ୍ବତୀ ଶିଶୁ ମନ୍ଦିର ସରିଆଁର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ସ୍ଥିତ ଏହି ଶିକ୍ଷାନୁଷ୍ଠାନ ରବିବାର ଦିନ ତା’ର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳନ କରିଥିଲା । ପ୍ରଧାନ ଆଚାର୍ଯ୍ୟ ପୁରୋହିତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଭାରତୀୟ ସଂସ୍କୃତିର ମହାନ ମୂଲ୍ୟବୋଧ ସହ ସାଂପ୍ରତିକ ସମୟର ଶିକ୍ଷା ଓ ସଂସ୍କାର ଉପରେ ସେ ଆଲୋକପାତ କରିଥିଲେ । ଏହି ଅବସରରରେ ମାନ୍ୟବର ସାଂସଦ ଶିଶୁ ମନ୍ଦିର ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହା ବାର୍ଷିକ ଉତ୍ସବ ସମାରୋହରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶୁଶ୍ରୀ ରିନା ଭୋଇ, ସ୍ଥାନୀୟ ସରପଞ୍ଚ ଜନନୀ ଭୋଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅନିରୁଦ୍ଧ ପଧାନ, ସମାଜସେବୀ ହିରୋ ହିରାଲାଲ ମହଲା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଶିଶୁ ମନ୍ଦିର ପରିଚାଲନା କମିଟିର ସଂପାଦକ ଗଙ୍ଗା ନାରାୟଣ ଦାଶ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଭାପତି ବିଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଲନା କରିଥିଲେ ସ୍ବାଧିନ କୁମାର ଭୋଇ । ଏଥିରେ ଛାତ୍ରଛାତ୍ରୀ, ଅବିଭାବକ ଓ ଜନସାଧାରଣ ସାମିଲ ହୋଇଥିବାବେଳେ ଅନୁଷ୍ଠାନର ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.