ସୁବଳୟା କଲେଜରେ ୩୪ତମ ବାର୍ଷିକ ଉତ୍ସବ ପାଳିତ

ବୀରମହାରାଜପୁର,୬/୧(ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା କଲେଜ ରେ ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସୋନପୁର କଲେଜ ସଂସ୍କୃତି ଅଧ୍ୟାପକ କୈଳାଶ ଚାନ୍ଦ୍ ମୁଖ୍ୟବକ୍ତାଭାବେ ଯୋଗଦେଇ ଶିକ୍ଷା ର ବିକାଶ କରି ନିଜ ଅଞ୍ଚଳ ତଥା ଦେଶର ସେବା କରିବାକୁ ଆହ୍ଵାନ ଦେଇଥିଲେ । ସାଂସ୍କୃତିକ ସଂସଦର ଉପସଭାପତି ଅଧ୍ୟାପକ ରମାକାନ୍ତ ପୁରୋହିତ ସଭାର ଆଭିମୁଖ୍ଯ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏଥିରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ୨୦୧୯ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଗାୟତ୍ରୀ ପ୍ରଧାନଙ୍କୁ ମାନପତ୍ର ସହ ଆଥିର୍କ ଚେକ୍ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଶିବଶଙ୍କର ମହାନନ୍ଦ ସୁରଚିତ ଏକ ଓଡ଼ିଆ କବିତା ପାଠକରିଥିଲେ । ଅଧ୍ୟାପକ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଦିପ ପୋଢ, ଇଶ୍ବର ଦାସ, କିଶୋର ମେହେର ଓ ସାଥୀ କଳାକାରଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜ ପ୍ରାଧ୍ୟାପକ ଡ. ମୀନକେତନ ଛୁରିଆଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଅଧ୍ୟାପିକା ଅନ୍ନଦା ମିଶ୍ର, ସୁରେନ୍ଦ୍ର ସାହୁ, ଗୋପାଲ ଭୋଇ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ଦିଲ୍ଲୀପ କୁମାର ମେହେର, ହରିହର ସାହୁ ଓ ଶମ୍ଭୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.