ଭୁର୍ଟିଗଡ଼ରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଆୟୋଜିତ

ଲାଞ୍ଜିଗଡ଼,୮/୧: ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁର୍ଟିିଗଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଯୁବ ଲେଖକ ତଥା ମସ୍କାଗୁଡ଼ା ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଯୋଗଦେଇଥିଲେ। ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ଘାସିରାମ ପାତ୍ର। ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଯୋଗାଣ ସହାୟକ ବନବାସ ପାତ୍ର ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀ, ମହିଳା ଓ ଜନସାଧାରଣଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ୯ ତାରିଖ ଦିନ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ୍ ପଡ଼ିଆରେ ହେବାକୁ ଥିବା ଲାଞ୍ଜିଗଡ଼ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ରେ ଅଂଶଗ୍ରହଣ କରିବେ।

Pearl dental clinic
Near Ashish Medical Store, Bhawanipatna

ଗ୍ରାମ ରୋଜଗାର ସେବକ ଧର୍ମରାଜ ବାଗ, କଳାପ୍ରେମୀ ଲୋକନାଥ ପୁଝାରୀ, ଧୁବଲା ପୁଝାରୀ, ୱାର୍ଡ୍ ସଭ୍ୟ ରତ୍ନୀ ପାତ୍ର, କୁନ୍ତଳା ପାତ୍ର, ଗୁଣମତି ମାଝୀ, ଶିକ୍ଷକ ଭାଗିରଥି ବେରୁକ୍, ବିଶ୍ୱରଞ୍ଜନ ମିଶ୍ର, ଶିବପ୍ରସାଦ ସାହୁ, ଜଗମୋହନ ପାତ୍ର, ଜିତେନ୍ଦ୍ର ସିଂ, ସୁବ୍ରତ ବୁଦ୍ଧିଆ, ଜିତାମିତ୍ର ସାହୁ, ସନ୍ତୋଷ କୁମାର ସାହୁ, କୁଳମଣି ଭୋଇ, ଶିକ୍ଷୟିତ୍ରୀ ନଳିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.