ସୋନପୁର,୮/୧ : ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ସ୍ଥାନିୟ ଗାନ୍ଧୀ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ପକିର ପଟ୍ଟନାୟକ ମୁକ୍ତ ମଚଂ ରେ ହୋଇଥିବା ଏହି ସୁବର୍ଣ୍ଣ ଲୋକ ମହୋତ୍ସବର ପ୍ରଥମ ସଂନ୍ଧ୍ୟାରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ପୁରାହିତ୍ୟରେ ହୋଇଥିବା ପ୍ରଥମ ସାଂନ୍ଧ୍ୟ ଅଧିବେଶନରେ ମୁଖ୍ୟ ଅଥିଥି ଭାବେ ଅର୍ଥ ଓ ଅବକାରି ମନ୍ତ୍ରୀ ନିରଞ୍ଜନ ପୁଝାରି ଯୋଗ ଦେଇଥିବା ବେଲେ ସମ୍ମାନିତ ଅଥିତି ଭାବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅତିରିକ୍ତ ଜିଲ୍ଲା ପାଲ ଶରତଚନ୍ଦ୍ର ପଣ୍ଡା,ଏସପି ଦେବି ପ୍ରସାଦ ଦାସ, ଚଳଚିତ୍ର ନିର୍ଦେଶକ ସବ୍ୟସାଚି ପଣ୍ଡା ପ୍ରମୁଖ ଯୋଗଦେଇ ସୋନପୁରକୁ ଓଡିଶାର ସବୁଠୁ ସୁନ୍ଦର ସହର ଭାବେ ଗଢି ତୋଲିବାର ପ୍ରୟାସ ଜାରି ରହିଛି ଏଥିରେ ସମସ୍ତ ଙ୍କ ସହେଯାଗ ରହିଲେ ଏହା ନିଶ୍ଚିତ ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ସଭାକୁ ପ୍ରଦ୍ୟୁନ ସାହୁ ସଂଯୋଜନା କରିଥିବା ବେଲେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ ।
ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂବନେଶ୍ୱର ର ଓଡିଶୀ, କାଶ୍ମୀର ର କାଶ୍ମୀର ଡ୍ୟାସ୍ , ସୋନପୁର ର ପଏଁରୀ, ଉତର ପ୍ରଦେଶ ର ମଥୁରା ଡ୍ୟାନ୍ସ, ଭବାନିପାଟଣା ର ନ୍ୟୁତ୍ୟାଙ୍ଗନା, ଆସାମର ବିହୁ, ପଞ୍ଜବ ର ଭାଙ୍ଗଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଆଜିର ମଚଂ ଟି ସ୍ୱାର୍ଗତ ଶିକ୍ଷାବିତ ହରପ୍ରସାଦ ରଥଙ୍କ ଉଦ୍ଦେଶ୍ୟରେ ରେ ସମର୍ପିତ କରାଯାଇଥିଲା ।
ସୁବର୍ଣ୍ଣପୁର ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
__________________________________________