ସଇଁତଲା,୧୦/୧ : ଦୁଇ ଦିନ ଧରି ଚାଲିଥିବା ଜାମୁଟ ହାଇସ୍କୁଲର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଧିବେଶନର ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ତୁଷରା ତହସିଲଦାର ଶ୍ରୀଯୁକ୍ତ ଚନ୍ଦ୍ରମଣୀ ନାଗ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ଫୁଲବାଣୀ କନ୍ଧମାଳର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୋଇ ମୁଖ୍ୟବକ୍ତା, ଗୁଡ଼ଭେଲା ବ୍ଳକର ସହଶିକ୍ଷାଧିକାରୀ ଶ୍ରୀଯୁକ୍ତ ରମେଶ ସମର୍ଥ ,ଜିଲ୍ଲାପରିଷଦ ସଦସ୍ୟା ୬ ନଂ ଜୋନର ଶ୍ରୀମତୀ କଳ୍ପନା ପ୍ରଧାନୀ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରସୁଳ ଖାଁ, ଅରୁଣ କୁମାର ହରପାଳ, ଭାବଗ୍ରାହୀ ପାତ୍ର, ନିୟାମତ ଖାଁ, ଟିକେବତ ନାହାକ, ଚକାନନ୍ଦ କମ୍ପ, ଅନିରୁଦ୍ଧ ବେହେରା, ପ୍ରଶାନ୍ତ ପ୍ରଧାନ, ସୁଶାନ୍ତ ପ୍ରଧାନ, ହିତେଶ ମଲ୍ଲିକ, ମସୁତ ଖାଁ ଭାଗବତ ନାହାକ, ଲକ୍ଷ୍ମୀକାନ୍ତ ରଣା, ଚମ୍ପେଶ୍ଵର କର୍ମୀ, ମହେନ୍ଦ୍ର ନନ୍ଦ, ଚେରୁ କର୍ମୀ, ହରି ମାଝୀ, ସୁରେଶ ଧରୁଆ, ସତ୍ୟନାୟଣ କର୍ମୀ, ଜପେଶ୍ଵର ଭୋଇ, ଶ୍ରୀପତି ଭୋଇ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ, ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା, ସମସ୍ତ ପୁରାତନ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ସେହିଭଳି ସାନ୍ଧ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ ଅଶୋକ ଦୋରା, ଲୋକକବି ପଦ୍ମଶ୍ରୀ ହଳଦର ନାଗ ମୁଖ୍ୟବକ୍ତା, ଶିଳ୍ପପତି କରୁଣାକର ସାହୁ ,ଶଙ୍କର ଅଗ୍ରୱାଲ, ବ୍ଳକ ଉପାଧ୍ୟକ୍ଷା ନଳିନୀ ସେଠ୍ , ଜୟଶ୍ରୀ ଭୋଇ, ସରପଞ୍ଚ ବିରାମୁଣ୍ଡା ଗ୍ରା.ପ. ପ୍ରେମଲତା ଭୋଇ , ସରପଞ୍ଚ ଘୁନା ଗ୍ରା.ପ. ପୂର୍ବତନ ସରପଞ୍ଚ ଭାବସିଂ ମାଝୀ ତଥା ବିଦ୍ୟାଳୟ ଜମିଦାତା ଏବଂ ରଜତ ଜୟନ୍ତୀ କମିଟୀ ସଭାପତି ରସୁଳ ଖାଁ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲା । ମାଁ ସମଲେଶ୍ବରୀ ସଂସ୍କୃତି ଓ ଗବେଷଣା କେନ୍ଦ୍ର ତୋରା,ବରଗଡ ଓ ମହିଧର ସଂସ୍କୃତିକ ବିଦ୍ୟାଳୟ ଚାନ୍ଦୋତରା କଳାକାରମାନଙ୍କର ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ରଜତ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟ ପ୍ରତିଷ୍ଠା ଉନ୍ନତିରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠିତ ପୁରାତନ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଦୋଳଗୋବିନ୍ଦ ସାହୁ ସଂଯୋଜନା କରିଥିବାବେଳେ ଶେଷରେ ଶିକ୍ଷକ ସତ୍ୟବାନ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।