ରେଳଯାତ୍ରୀଙ୍କୁ ରେଳବାଇ ହେଲପଲାଇନ ନମ୍ବର ୧୮୨ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡ,୨୦/୧ (ଶିବ ନାରାୟଣ ଗୈାଡ) : ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୨ ହେଲପଲାଇନ ନମ୍ବର ଜାରି କରାଯାଇଛି । ରାୟଗଡ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ) ତରଫରୁ ଗତ ସେପ୍ଟେମ୍ବର ମାସରୁ ପ୍ରତ୍ୟେକ ରବିବାର ଦିନ ଷ୍ଟେସନରେ ଯାତ୍ରୀମାନଙ୍କୁ ଏ ଦିଗରେ ସଚେତନତା କରାଯାଇଆସୁଛି । ଏହି କ୍ରମରେ ଆରପିଏଫ ଥାନା ଅଧିକାରୀଡି.ଏନ.ତ୍ରିଲୋକଙ୍କ ନେତୃତ୍ୱରେ ପୋଲିସ ଟିମ୍ ପକ୍ଷରୁ ବ୍ୟାନର ଓ ମାଇକ ମାଧ୍ୟମରେ ଷ୍ଟେସନର ତିନୋଟି ପ୍ଳାଟଫର୍ମରେ ସଚେତନ କରାଯାଇଥିଲା । ବିଶେଷ କରି ଟ୍ରେନରେ ଯାତ୍ରା ସମୟରେ ତଥା ରେଳବାଇ ଷ୍ଟେସନ ପରିସରରେ ଚୋରି, ଲୁଟ ସହ ଅନ୍ୟାନ୍ୟ କିଛି ଅସୁବିଧା ହେଲେ ତୁରନ୍ତ ଯାତ୍ରୀମାନେ ନିଜର ଯେ କୈାଣସି ନମ୍ବରରୁ ରେଳବାଇ ହେଲପ ଲାଇନ ନମ୍ବର ୧୮୨କୁ ଯୋଗାଯୋଗ କଲେ ଆରପିଏଫ ପକ୍ଷରୁ ସଙ୍ଗେ ସଙ୍ଗେ ପରବର୍ତୀ ଷ୍ଟେସନରେ ତାଙ୍କୁ ସାହାର୍ଯ୍ୟ ଯୋଗାଇ ଦିଆଯିବ ଏବଂ ଝାରଖଣ୍ଡ, ଛତିଶଗଡ ଆଦି ଅଂଚଳର ବହୁ ଲୋକେ ଟ୍ରେନର କବାଟ ପାଖେ ବସି ଯାତ୍ରା କରୁଥିବା ବେଳେ ଅସାବଧାନତା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ତେଣୁ ଟ୍ରେନରେ ଥିବା ସିଟରେ ବସି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସଚେତନତା କରାଯାଉଥିବା ନେଇ ଆରପିଏଫ ଥାନାଧିକାରୀ ଶ୍ରୀ ତିଲୋକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.