ଧୂମାମାଳ ଗ୍ରାମରେ ୭ ଦିନଧରି ଭଗବତ ପାରାୟଣ 

ସଇଁତଲା,୨୦/୧ : ବଲାଙ୍ଗିର ଜିଲ୍ଲା ମୁରିବାହାଳ ବ୍ଳକ ବଡ଼ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୂମାମାଳ ଗ୍ରାମ ରେ ଦୀର୍ଘ ସାତ ଦିନ ଧରି ଚାଳିଥିବା ଭଗବତ ପାରାୟଣ ଚାଲିଛି । ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଶ୍ରୀ ନରୋତ୍ତମ ଯୋଶୀ ପୂଜା ବିଧି କରିଥିବା ବେଳେ ଶ୍ରୀ ଉଗ୍ରସେନ ବାଗ ଓ ତାଙ୍କ ଧର୍ମପତ୍ନୀ ଶ୍ରୀ ମତି ବେଳମତି ବାଗ କର୍ତ୍ତା ଦାୟିତ୍ବ ନିର୍ବାହ କରୁଛନ୍ତି । ପଣ୍ଡିତ ଶ୍ରୀ ସୁରେନ୍ଦ୍ର ପାଢି ପୂରାଣ ପଠନ କରୁଥିବା ବେଳେ ପ୍ରକାଶ ମହାକୁର ଓ ଶୁରଜଶ୍ଵର ଚନ୍ଦା ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ।

ହରି କଥା ଓ ନାମ ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଉଥିବା ବେଳେ ଭକ୍ତି, ଶାନ୍ତି ଓ ଆନନ୍ଦ ସହ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗ ଦେଉଛନ୍ତି । କମିଟି ପକ୍ଷରୁ ସମସ୍ତ ଭକ୍ତ ଙ୍କୁ ଅନ୍ନ ପ୍ରସାଦ ସେବନ କରାଯାଇଥିଲା । ଶ୍ରୀ ନୃସିଂହ ବାଗ, ମାଳଖମନ ବାଗ ଜଗଦୀଶ ପୋଡ଼, କୀର୍ତ୍ତି ନିଆଳ, ଧୂବଳେଶ୍ଵର ବାଗ, କାଶି ଚନ୍ଦନ, ରାଜେନ୍ଦ୍ର ମେହେର, ସୁବଳ ଯୋଶୀ ଓ ଧୂମାମାଳ ଗ୍ରାମ ବାସୀ ସହଯୋଗ କରୁଛନ୍ତି ।

ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.