କାଲିଠୁ ମୁକ୍ତାକାଶ ସାହିତ୍ୟ ଉତ୍ସବ ‘କାକର’

ଭୁବନେଶ୍ୱର,୩୧/୧: ଆସନ୍ତା ଫେବୃଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ନବରଙ୍ଗପୁରର କୋଷାଗୁମୁଡ଼ା ଓ ଛତିଶଗଡ଼ ଜଗଦଲପୁରର ଚିତ୍ରକୂଟଠାରେ ମୁକ୍ତାକାଶ ସାହିତ୍ୟ ଉତ୍ସବ ‘କାକର’ ଅନୁଷ୍ଠିତ ହେବ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଉକ୍ତ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲେଖକ ଓ ସାହିତ୍ୟପ୍ରେମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Omkar Vasthu
Omkar Vasthu

୧ ତାରିଖ ଦିନ କୋଷାଗୁମୁଡ଼ାଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ପ୍ରତିଯୋଗିତା, ଉଦ୍‌ଘାଟନୀ ଉତ୍ସବ, ଆଲୋଚନାଚକ୍ର ଓ ସାହିତ୍ୟ ସଭା ଆୟୋଜିତ ହେବ । ବିଭିନ୍ନ ଅଧିବେଶନରେ ଡ.ଅଜିତ କୁମାର ମିଶ୍ର,  ନିତିନ୍ କୁଶଲକର୍‌, ଚନ୍ଦ୍ରଶେଖର ପାଣିଗ୍ରାହୀ, ଯୋଗେନ୍ଦ୍ର ସ୍ୱାଇଁ, ସୋମନାଥ ବିଷୋୟୀ, ଆର୍‌. ପ୍ରଭାକର ରାଓ, କୁଞ୍ଜବିହାରୀ ଦାଶ, ହିମାଂଶୁ ମହାପାତ୍ର, ଧରମ ସିଂ, ନରସିଂହ ତ୍ରିପାଠୀ, ପ୍ରଶାନ୍ତ କୁମାର ସାହୁ, ଉମେଶ ଚନ୍ଦ୍ର ମିଶ୍ର, ବଦ୍ରି ସିଂ, ଗୋପାଳକୃଷ୍ଣ ସାମନ୍ତରାୟ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ରମେଶ ଚନ୍ଦ୍ର ମାଝୀ, ମନୋହର ରନ୍ଧାରୀ, ସଦାଶିବ ପ୍ରଧାନୀ, ପ୍ରକାଶ ମାଝୀ, ଡ. ଜୟନ୍ତୀ ରଥ, ଜଗନ୍ନାଥ ମହାପାତ୍ର, ଯୋଗେନ୍ଦ୍ର ସ୍ୱାଇଁ, ଗୀତାମଣି ସମରଥ, ପଦ୍ମସାଇ ମାଳି, ରାମପ୍ରସାଦ ପାତ୍ର, ପ୍ରଦୀପ ମାଝୀ, ପୂର୍ଣ୍ଣଚନ୍ଦ୍ର ବହଳି, ପୁରୁଷୋତ୍ତମ ମିଶ୍ର, ବଳରାମ ନାଗା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହେବେ ।

Pearl dental clinic
Near Ashish Medical Store, Bhawanipatna

୨ ତାରିଖ ଦିନ ଚିତ୍ରକୂଟଠାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ କବିତା ଉତ୍ସବରେ ପଦ୍ମିନୀ ଦିଆନ୍‌, ରାଜ୍‌ମନ୍ ବେନ୍‌ଜାନ୍‌, ଡ. ଜୟନ୍ତୀ ରଥ, ପ୍ରଫୁଲ୍ଲ ମିଶ୍ର, ଉର୍ମିଳା ଆଚାର୍ଯ୍ୟ ଅତିଥି ରହିବେ ।

Udyog Nursery
Udyogi Nursery

କାକର ସାହିତ୍ୟ ଉତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ରହିଥିବା ବେଳେ ଉପାଧ୍ୟକ୍ଷ ଅଛନ୍ତି ଯୋଗେନ୍ଦ୍ର ସ୍ୱାଇଁ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବୁଲୁ ହୋତା ସଭାପତି ଏବଂ ରାମପ୍ରସାଦ ପାତ୍ର ସଂପାଦକ ଅଛନ୍ତି ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.