ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ
ଭବାନୀପାଟଣା,୩୧/୧ : ଦେଶ, ଜାତି ତଥା ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଅତୁଳନୀୟ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନକାଳ ମଧ୍ୟରେ ରାଷ୍ଟ୍ର ଗଠନରେ ସମର୍ପିତ ଭାବନା ରଖିଲେ ନିଶ୍ଚୟ ବାପୁଜୀଙ୍କ ସ୍ବପ୍ନର ଭାରତ ଗଠନ ହୋଇପାରିବ ବୋଲି ଭବାନୀପାଟଣା ସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ଅବସରରେ ମତ ପ୍ରକାଶ ପାଇଛି । ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ସମାଜସେବୀ ସୁତମ ନାୟକ ଓ ୟୁଜିଏଚଏସ ଗଣନାଥପୁରର ସହକାରୀ ଶିକ୍ଷୟତ୍ରୀ ମଧୁସ୍ମିତା ଧଙ୍ଗଡାମାଝୀ ଯୋଗଦେଇଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣକରି ଗଭିର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ରାଷ୍ଟ୍ରଗାନ ଗାୟନ ପରେ ସଭା ସାଙ୍ଗ ହୋଇଥିଲା ।
ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ