ହରିହର କ୍ଷେତ୍ର ବାଲସିଙ୍ଗାର ସାପ୍ତାହିକ ଭାଗବତ ପରାୟଣ ପାଇଁ ପ୍ରସ୍ତୁତି ବୈଠକ

ମାର୍ଚ୍ଚ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ଭାଗବତ ପାରାୟଣ

Omkar Vasthu
Omkar Vasthu

ନର୍ଲା,୧୭/୨ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଲସିଙ୍ଗା ସ୍ଥିତ ହରିହର କ୍ଷେତ୍ରର ସାପ୍ତାହିକ ଭାଗବତ ପାରାୟଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କ୍ଷମା ପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ମୁଖ୍ୟ ଉଦ୍ଦୋକ୍ତା କ୍ଷମା ସାଗର ପଧାନଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି ବୈଠକରେ ଆଗାମୀ ସାପ୍ତାହିକ ପାରାୟଣ ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ଗତ ୪ ବର୍ଷ ଧରି ଆୟୋଜିତ ହେଉଥିବା ଏହି ସାପ୍ତାହିକ ପାରାୟଣ ଆସନ୍ତା ମାର୍ଚ୍ଚ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକରେ ସାପ୍ତାହିକ ଭାଗବତ ପାରାୟଣର ମୁଖ୍ୟ ଉଦ୍ଦେକ୍ତା କ୍ଷମା ସାଗର ପଧାନ, ସଭାପତି କ୍ଷମା ସାଗର ପାତ୍ର, ସଂପାଦକ ଅରୁଣ ମାଝୀ, ସହ ସଂପାଦକ ଲକ୍ଷ୍ମଣ ବାହୁକ, ଗୁଣ ବାବା, ପୂର୍ବତନ ସଭାପତି ପବିତ୍ର ନାଏକ ଓ କ୍ଷେତ୍ରବାସୀ ବାହୁକ, ପୂର୍ବତନ ସଂପାଦକ ଦୁଃଖିଶ୍ୟାମ କଟା, ପୂର୍ବତନ ସରପଞ୍ଚ ସନ୍ତୋଷ କଟା, ପୂର୍ବତନ ସରପଞ୍ଚ ମଦନ ମାଝୀ, ଡେଙ୍ଗୁଧର ନାଏକ, ଚୁଡାମଣି ନାଏକ, ଜଗବନ୍ଧୁ ମାଝୀ, ଠାକୁର ନାଏକ, ଅଭି ନାଏକ, ପ୍ରେମ ହିରା, ସୁରେଶ ହିରା, ମନ୍ମଥ ବାହୁକ, ଥବିର ବାହୁକ, ଭକ୍ତରାମ ମାଝୀ, ପର୍ଶୁରାମ ପଣ୍ଡା, ମକରନ୍ଦ ଗଡତିଆ, କୁରମେଲ ସରପଞ୍ଚ ଉଜ୍ଜଳ ପ୍ରଧାନୀ ପ୍ରମୂଖଙ୍କ ସହ ଜମିଦାତା ଧନୁର୍ଯ୍ୟ ବାହୁକ, ଯୁଧିଷ୍ଠିର ନାଏକ, ବାସୁଦେବ ଗହିର, କୁଶ ଗହିର, ଦିଗାମ୍ବର ମାଝୀ ଏବଂ ଦାନଦାତା ଦୁର୍ଯ୍ୟୋଧନ ବାହୁକ, ରାଧେଶ୍ୟାମ ପାଠକ, ମକରନ୍ଦ ଗଡତିଆ ପ୍ରମୂଖଙ୍କ ସହ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଭଗବତ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ହରିହର ପିଠକୁ କୋଠା ଯୋଗାଇଦେଇଥିବାରୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ବୈଠକରେ ପ୍ରଶଂସା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଭାଗବତ ସେବା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହରିହର କ୍ଷେତ୍ର ଠାରେ ୪ର୍ଥ ବାର୍ଷିକ ‘ସାପ୍ତାହିକ ଭାଗବତ ପାରାୟଣ’ ସମନ୍ଧରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ମାର୍ଚ୍ଚ ୨ରେ କଳସ ଶୋଭାଯାତ୍ରା, ୩ରୁ ୯ତାରିଖ ପର୍ଯ୍ୟନ୍ତ ରୁଦ୍ର ମହାଯଜ୍ଞ, ଗୀତାଯଜ୍ଞ ଓ ଶ୍ରୀମଦ ଭାଗବତ ପରାୟଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପ୍ରତହ୍ୟ ଆମନ୍ତ୍ରୀତ ଅତିଥିଙ୍କ ସହ ଭାବ ବିନିମୟ ସଭା, ପୁରାଣ ପଠନ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନଛତ୍ର ଆଦିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ରହିଛି । କୋରାପୁଟ ଜିଲ୍ଲାର ଅଗ୍ରଗଣ୍ୟ ବକ୍ତା ଶ୍ରୀପାଦ ଯୋଗେଶ୍ବର ପଣ୍ଡିତ ଦାସ (ଇସ୍କନ ଭକ୍ତି ବେଦାନ୍ତ) ଏହି ପ୍ରବଚନ ପ୍ରଦାନ କରିବେ । ସେହିପରି ଭାବରେ ସୋନପୁର ଜିଲ୍ଲାର ଶ୍ରୀମାନ ସରୋଜ କୁମାର ବେଦବାଗଙ୍କ ଦ୍ବାରା ଶ୍ରୀମଦ ଭାଗବତ ପାରାୟଣ ଅନୁଷ୍ଠିତ ହେବ ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.