କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନର୍ଲା,୧୭/୨ : ଖ୍ୟାତନାମା କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ “ଭିମା” ପରିବାର ଓ କମଲ ମଇଦାନ ଅସୁରଗଡ କନ୍ଧ ସମାଜ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗରଡାପଡା ଠାରେ ଏନେଇ ଏକ ସମାରୋହର ଆୟୋଜନ କରାଯାଇଥିଲା । କନ୍ଧ ସମାଜସେବୀ ଲୋକନାଥ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବ ପ୍ରାରମ୍ଭରେ ମାଁ ଧରଣୀ, ଭିମା ଓ ଜାଡେନ୍ ଦେବାଦେବୀ ପୂଜନ ହୋଇଥିଲା । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧାନ ଭାଷାର ଗବେଷକ, କବି, ଲେଖକ ତଥା ଭିମା ପତ୍ରିକାର ପ୍ରତିଷ୍ଠାତା, ସମାଜ ସଂସ୍କାରକ ଭାବରେ ଶ୍ରେଷ୍ଠ ବିବେଚନା କରି ମେଦିନୀଧର ଜାନୀଙ୍କୁ ‘ଆଦିବାସୀ ପ୍ରତିଭା’ ସମ୍ମାନ ପ୍ରଦାନ କରିଥିଲେ । ଏହା ପରେ ଶ୍ରୀ ଜାନୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ବାଗତ ସମାରୋହମାନ ଅନୁଷ୍ଠିତ ହୋଇଆସୁଛି ।

ଏହି ଅବସରରେ ଭୀମା ପରିବାର ଓ ବୀର କମଳ ମଇଦାନ କନ୍ଧସମାଜ ତରଫରୁ ମାନ୍ୟଗଣ୍ୟ ବ୍ୟକ୍ତିଗଣ ତାଙ୍କୁ ସ୍ବାଗତ କରି , କନ୍ଧ ସମାଜର ଗୈାରବ ବୋଲି ଉଚ୍ଚ ପ୍ରଶଂସିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହ ଆଗାମୀ ୨୦ ମଇ ବୀର କମଳ ମଇଦାନ ଉତ୍ସବ ଏବଂ ଭିମା ପ୍ରତିକାର ପ୍ରକାଶନ ସମ୍ବନ୍ଧେ ୧୨ଟି ବିନ୍ଦୁ ଉପରେ ଆଲୋକ ପାତ କରାଯାଇଥିଲା । ବିଲୁପ୍ତ କନ୍ଧାନ୍ ଭାଷାରେ ପୂନଃ ଆଲୋଚନା, ଶିକ୍ଷା, ସ୍ବାସ୍ଥ୍ୟ ସାମାଜିକ ବିକାଶ, ସଂଗଠନ ଓ ସର୍ବୋପରି ନକଲି ଆଦିବାସୀ ସମ୍ବନ୍ଧେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ସ୍ବାଗତ ସମାରୋହରେ ବୀର କମଲ ମଇଦାନ ସଭାପତି ଦୁର୍ଯ୍ୟୋଧନ ମାଝୀ, ଭିମା ପତ୍ରିକାର ନୂତନ ସମ୍ପାଦକ କ୍ଷିତିଶ ଚନ୍ଦ୍ର ମାଝୀ, ଡମ୍ବରୁଧର ମାଝୀ ପ୍ରମୂଖଙ୍କ ସହ ଚୈାଧୁରୀ ମାଝୀ, ଡୋଲାମଣି ମାଝୀ, ମାୟାଧର ମାଝୀ, ଅମର ସିଂ ମାଝୀ , ନକୁଳ ମାଝୀ, ରାଜିବ ମାଝୀ, ଘାସିରାମ ମାଝୀ, କିଶୋର ମାଝୀ, ମାଧବ ଭୋଇ କ୍ଷମାଶିଲ ମାଝୀ ଯୋଗଦାନ କରିଥିଲେ । ସଭା ଶେଷରେ କ୍ଷିତିଶ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ନର୍ଲାରୁ ନିରଞ୍ଜନ ଗୌଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.