କଳାହାଣ୍ଡି,୧୬/୨: ବିଶିଷ୍ଟ ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ଦ୍ଵିତୀୟ ଗଳ୍ପ ସଂକଳନ ‘ଶାମୁକାର ସ୍ୱପ୍ନ’ ଉନ୍ମୋଚିତ ହୋଇଯାଇଛି। କେସିଙ୍ଗା ଅଗ୍ରସେନ ଭବନ ସଭାଗୃହରେ ଆୟୋଜିତ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ଡ. ଅଜାମ୍ବର ମଲ୍ଲ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ତଥା ସଂପାଦକ ସୁକାନ୍ତ ସାହୁ ଯୋଗଦେଇଥିବା ବେଳେ ପଶ୍ଚିମା ପବ୍ଲିକେସନ୍ସର ପରିଚାଳକ ଅଶୋକ ମହାନ୍ତି ସଭାପତିତ୍ୱ କରିଥିଲେ।
ଅଧ୍ୟାପିକା ମଞ୍ଜୁମେଧା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାଳ୍ପିକା ଯାଜ୍ଞସେନୀ ସାହା ମଧ୍ୟ ମଂଚାସୀନ ଥିଲେ। ଡାକ୍ତର ହେମସଗାର ସାହା ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବର୍ଷିୟାନ କବି ବୈଷ୍ଣବ ଚରଣ ସାହା। ସମାରୋହରେ କବି ସକିତ ରତେ, ଭିକାରୀ ମିଶ୍ର, ଦିଲ୍ଲୀପ ପଶାୟତ, ପରମେଶ୍ବର ମୁଣ୍ଡ, ଜୟଦ୍ରଥ ସୁନା, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଡିଲେଶ୍ବର ରଣା, ଉପେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। କବି ଯାଦବେନ୍ଦ୍ର ସାହା, ରମେଶ ଜେନା, ହିମାଞ୍ଚଳ ସାହୁ, ସଂଯୁକ୍ତା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।