ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବିଶ୍ୱ ମାତୃଭାଷା ଦିବସ

“ମାତୃଭାଷା ହିଁ ଜ୍ଞାନ ଅର୍ଜନର ପ୍ରକୃଷ୍ଟ ମାଧ୍ୟମ”

କଳାହାଣ୍ଡି,୨୦/୨ :ମାତୃଭାଷା ହିଁ ଜ୍ଞାନ ଅର୍ଜନର ପ୍ରକୃଷ୍ଟ ମାଧ୍ୟମ । ମାତୃଭାଷା ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ, ମାତୃଭାଷାର ବ୍ୟବହାର ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା ଓ ସୃଜନଶୀଳତାର ପରିପ୍ରକାଶ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ‘ବିଶ୍ଵ ମାତୃଭାଷା ଦିବସ’ । ଏହି କ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ,ଶଗଡା ପରିସରରେ ବିଶ୍ୱ ମାତୃଭାଷା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଧିପନାର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆଧାରକରି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ମୁଦୁଲି ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ବିଦ୍ୟାଳୟର ବିଜ୍ଞନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟପ୍ରଦା ସେଠୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିକ୍ଷକ ଅନୁର୍ଯ୍ୟ ଗୌଡ଼ ମାତୃଭାଷା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀମନେ ନିଜ ନିଜର ବକ୍ତବ୍ୟ ମଧ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ,ବକ୍ତୃତା, ସାଧାରଣ ଜ୍ଞାନ, ଲୋକ ସଙ୍ଗୀତ ଆଦି ପ୍ରତିଯୋଗୀତାଗୁଡିକର କୃତି ଶିକ୍ଷାର୍ଥିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ସହଯୋଗ କରିଥିଲେ ।

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.