ହରି ପ୍ରେମରେ ବିଭୋର ହେଲେ ଭକ୍ତ
ସଇଁତଲା,୨୦/୨ : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତର ପେଣ୍ଡରମାଲ ଗାଁର ବାଗପଡା ଭାଗବତ ମନ୍ଦିର ପ୍ରାଙ୍ଗଣରେ ଗୋପଲିଳା ଓ ଦ୍ବାରିକାଲିଳା ଓ ପ୍ରବଚନ ଉଦଜାପିତ ହୋଇଯାଇଛି । ପ୍ରଥମ ଦିବସ ଅଧିବାସ ଓ ଗଙ୍ଗା ଆବାହନ । ପରବର୍ତ୍ତି ଦିବସରେ ପୂଜା ଆରମ୍ଭ ଓ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଥିଲା । ଶେଷରେ ପୂର୍ଣ୍ଣାହୁତି ସହ ଏହି ବିଶାଳ କାର୍ଯ୍ୟକ୍ରମ ସପାପନ ହୋଇଥିଲା ।
କର୍ତ୍ତା ଭାବରେ ଏହି ପୂଜାର ଉପଦେଷ୍ଟା ଶେଷଦେବ ବାଗ ଓ ତାଙ୍କ ଧର୍ମପତ୍ନୀ ଫଟୁ ବାଗ, ବ୍ୟାସ ଭାବେ ମନୋରଞ୍ଜନ ମିଶ୍ର, ପୂଜକ ବିଜୟ କୁମାର ମିଶ୍ର, ପ୍ରବକ୍ତା ସତ୍ୟନାରାୟଣ ସାହୁ ପ୍ରମୂଖ ଦାଇତ୍ବ ନିର୍ବାହ କରିଥିଲେ । ଦୂରଦୂରାନ୍ତରୁ ଅନେକ ସାଧୁ ସନ୍ଥ ଆସି ହରିନାମରେ ବିଭୋର ହୋଇଉଠିଥିଲେ । ଏଥିରେ ସହଯୋଗ କରିଥିଲେ ପେଣ୍ଡରାମାଲର ସମସ୍ତ ଭାଗବତ ପ୍ରେମୀ ଓ ବାଗ ପଡାବାସୀ ।
ବଲାଙ୍ଗିର ଜିଲ୍ଲା ସଇଁତଲା ପ୍ରତିନିଧି ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ