କଳାହାଣ୍ଡି ଯୁବ ଲେଖକ ସମାବେଶର ବିଶ୍ୱ ମାତୃଭାଷା ଦିିବସ

ମାତୃଭାଷା ସହିତ ଅନ୍ୟ ଭାଷାର ଆଦର କରିବା ସମୟ ଆସିଛି

ଭବାନୀପାଟଣା,୨୨/୦୨-ଭାଷା ହେଉଛି ଭାବ ପ୍ରକାଶ କରିବାର ସର୍ବୋତ୍ତମ ମାଧ୍ୟମ । ତେବେ ମାଆର ଭାଷା, ଗାଁଆର ଭାଷାକୁ ବୁଝୁବୁଝୁ ଆମ ପାଇଁ ମାନକ ଭାଷା ବି ନିଜର ପାଲଟିଯାଏ । କହୁଥିବା, ଲେଖୁଥିବା ଭାଷାର ଉତ୍କୃଷ୍ଟ ସମାହାର ଯଦି ଅ।।ମ ମାତୃଭାଷା ହୁଏ । ତାହେଲେ ଆମର ମାତୃଭାଷା ସହିତ ଆମ ଆଖପାଖରେ ଥିବା ସବୁତକ ଭାଷାକୁ ସାଧ୍ୟମତେ ନିଜର କରିବାକୁ ହେବ । ମାତୃଭାଷା ନାଁରେ ସଂକୀର୍ଣ୍ଣ ମାନସିକତାକୁ ତ୍ୟାଗ କରି ଅନ୍ୟ ସମୃଦ୍ଧ ଅଥବା ମୃତପ୍ରାୟ ଭାଷାକୁ ଆମ ସମସ୍ତଙ୍କୁ ଆଦର କରିବାକୁ ହେବ ବୋଲି ଆଜି କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ବାଲାଜୀ ବିହାର ପରିସରରେ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଯୁବ ଲେଖକ ସମାବେଶ ଦ୍ୱାରା ଆୟୋଜିତ ଏହି ନିଆରା ଢଙ୍ଗର କାର୍ଯ୍ୟକ୍ରମକୁ ପୁସ୍ତକ ପୂଜା କରି ଉଦ୍‌ଘାଟନ କରିଥିଲେ ସୁନାମଧନ୍ୟ ଗାଳ୍ପିକ ସୁକାନ୍ତ ସାହୁ, ବିଶିଷ୍ଟ କବି ଓ ଗବେଷକ ପରମେଶ୍ୱର ମୁଣ୍ଡ ଏବଂ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟ ପ୍ରେମୀ ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ । ସମାବେଶର ଉପଦେଷ୍ଟା ବିଶିଷ୍ଟ କବି ବିଶ୍ୱରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ କଳାହାଣ୍ଡି ଯୁବ ଲେଖକ ସମାବେଶର ଆବାହକ ସୁଶୀଲ କୁମାର ବାଗ ଓ ସାହିତ୍ୟ ଅକାଦେମି ପୁରସ୍କାର ପ୍ରାପ୍ତ ଯୁବକବି ଓ ସମାବେଶର ଅନ୍ୟତମ ଆବାହକ ଜୟଦ୍ରଥ ସୁନା । ଯୁବଗାଳ୍ପିକ ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଦିପ୍ତୀମୟୀ ସିଂହ । କାର୍ଯ୍ୟକ୍ରମ ଶେଷରେ ବେତାର ଉପସ୍ଥାପିକା ସାବିତ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିବାବେଳେ ଯୁବକବି ନଳିନୀକାନ୍ତ ଦାଶ, ଯୁବକବି ଓ ନାଟ୍ୟକାର ଦକ୍ଷ ସାହୁ, ସଞ୍ଜୀବ କୁମାର ପଣ୍ଡା, ସୁମତି ମୁଣ୍ଡ, ଆରତି ସାହୁ, ଆନନ୍ଦ ସଗରିଆ, ସନ୍ଦୀପ ମିଶ୍ର, କାଜଲ ମହାରଣା, ସ୍ନିଗ୍ଧାରାଣୀ ସିଂହ, ଶ୍ୟାମସୁନ୍ଦର ବାଣୁଆ, ପ୍ରସନ୍ନ ପଧାନ, ବୈବସୂତ ନାଏକ ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ଯୋଗଦେଇ ନିଜ ନିଜ କବିତା ପାଠ କରିଥିଲେ ।

Omkar Vasthu
Omkar Vasthu

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.