ବିଜୁସେତୁ ଓ ରାସ୍ତାକୁ ନେଇ ମାଡିବନ୍ଧା ଗ୍ରାମରେ ପ୍ରସ୍ତୁତି ବୈଠକ : ଦାବୀ ପୁରଣ ନହେଲେ ରାଜ୍ୟ ରାଜପଥପଥ ଅବରୋଧ ଚେତାବନୀ

ଲାଞ୍ଜିଗଡ଼,୨୩/୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ମାଡିବନ୍ଧା ଗ୍ରାମଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜୁସେତୁ ଓ ପ୍ରଧାନମନ୍ତ୍ରୀ/ମୂଖ୍ୟମନ୍ତ୍ରୀ ସଡକ ଯୋଜନାକୁ ନେଇ ଆଲୋଚନା ହୋଇ ୪୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତା ରୋକ କରିବା ପାଇଁ ସେମାନେ ଶନିବାର ଗଣମାଧ୍ୟମ ପ୍ରତିନିଧି ଆଗରେ ଚେତାବନୀ ଦେଇଛନ୍ତି। ରାସ୍ତା, ବିଜୁସେତୁ, ଡାକ୍ତରଖାନା ଆଦି ବିଭିନ୍ନ ମୌଳିକ ସୁବିଧା ଦାବିରେ ବର୍ଷ ବର୍ଷ ଧରି ସେମାନେ ଦାବିକରି ଆସୁଥିବା ବେଳେ କୌଣସି ସୁଫଳ ମିଳୁନ ଥିବାରୁ ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ପ୍ରକାଶ ଯେ, କିଡିଙ୍ଗ ଛକରୁ ମାଡିବନ୍ଧା ଗ୍ରାମକୁ ଯାଇଥିବା ୨ କିଲୋମିଟର ରାସ୍ତା ଶୋଚନୀୟ ହୋଇ ପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ଷା ଦିନେ ବିଶ୍ୱନାଥପୁର ଓ ଭବାନୀପାଟଣାକୁ ଯିବା ପାଇଁ ଲୋକେ ବର୍ଷବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିକଟରେ ଡାକ୍ତରଖାନା ନଥିବା ବେଳେ ଦୂରଦୂରାନ୍ତରୁ ଏହି ରାସ୍ତାରେ ଯିବାକୁ ପଡ଼ିଥାଏ।ଫଳରେ ଗୁରୁତର ରୋଗୀ ହଇରାଣ ହେଉଛନ୍ତି। ଅନ୍ୟ ପକ୍ଷେ କିଡିଙ୍ଗ ଓ ମାଡିବନ୍ଧା ଗାଁର ଲୋକେ ଲାଞ୍ଜିଗଡ଼ରୋଡ଼ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସିଥାନ୍ତି।ତେବେ ରାସ୍ତା ଅବସ୍ଥା ଭଲ ନଥିବାରୁ ହଇରାଣ ହେବାକୁ ପଡୁଛି। ତେଣୁ କିଡିଙ୍ଗ ଗ୍ରାମ ଛକ ୬ ନମ୍ୱର ରାଜ୍ୟରାଜପଥ ଠାରୁ ମାଡିବନ୍ଧା ଗ୍ରାମଦେଇ ଲାଞ୍ଜିଗଡ଼ ରୋଡ଼ ଭାଟି ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ସଡକ ଓ ମାଡିବନ୍ଧା ଓ ମହେଶ୍ୱରପୁର ମଧ୍ୟରେ ଥିବା ସାନ୍ଧୁଲ ନଦୀରେ ବିଜୁସେତୁ ନିର୍ମାଣକୁ ନେଇ ପ୍ରଶାସନ ଠାରେ ବାରମ୍ବାର କଳାହାଣ୍ଡି ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧି ଓ ବିଭାଗୀୟ ମନ୍ତ୍ରୀଙ୍କୁ ଆଜିକି ୩୦ବର୍ଷ ହେଲା ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଏନେଇ ୨୦୧୯ ମସିହାରେ ଭୋଟ ବର୍ଜନର ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏହି ସରକାର ଗାଁକୁ କାମ ଓ ମା’କୁ ସମ୍ମାନର ନାରାଦେଇ ଠକି ଚାଲିଥିବା ପ୍ରକାଶ କରିଛନ୍ତି। ସେଥିପାଇଁ ସମୟ ସୀମା ମଧ୍ୟରେ ଉକ୍ତ କାମ ଆରମ୍ଭ ନ ହେଲେ ଯେକୋୖଣସି ମୁହୂର୍ତ୍ତରେ ମାଡିବନ୍ଧା, କିଡିଙ୍ଗ, ମହେଶ୍ୱରପୁର ଓ ଲାଞ୍ଜିଗଡ଼ରୋଡ଼ ଗ୍ରାମର ଜନସାଧାରଣଙ୍କୁ ନେଇ ୬ ନମ୍ୱର ରାଜ୍ୟରାଜପଥ ରାସ୍ତା ରୋକ କରିବୁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବେଳେ ବୈଠକରେ ଲାଞ୍ଜିଗଡ଼ ରୋଡ଼ ସମିତି ସଭ୍ୟ କୈନଜ ରାଉତ, ଲାଞ୍ଜିଗଡ଼ ରୋଡ଼ ପୂର୍ବତନ ନାଏକ ସରପଞ୍ଚ କେଶବ ଚନ୍ଦ୍ର ବାରିକ, ଗ୍ରାମବାସୀ ବିଦ୍ୟା ମାଝୀ, ସଞ୍ଜୀବ ଗୌଡ଼, ବିରେନ ମିର୍ଦ୍ଧା,ଅଶୋକ ଶବର, ଧନେଶ୍ୱର ହରିଜନ, କାଶୀ ହରିଜନ, ପୂର୍ଣ୍ଣିମା ହରିଜନ, ପ୍ରଦୀପ ଗୌଡ଼ ଓ ଅମର ଶବର ସମେତ ମାଡିବନ୍ଧା ଗ୍ରାମବାସୀ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

__________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.