ଅମାନିଆ ଗାଡ଼ି ଚାଳକ ଗଣୁଛନ୍ତି ମୋଟ ଅଙ୍କର ତଣ୍ଡ
ସୁବର୍ଣ୍ଣପୁର,୫/୩ : ବର୍ତମାନ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ା କଡ଼ି କାର୍ଯ୍ୟକାରୀ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଚେକିଂ ସମୟରେ ମୋଟ ଅଙ୍କର ତଣ୍ଡ ଆଦାୟ କରାଯାଉଛି । ସଚେତନା ପରେ ମଧ୍ୟ ଲୋକମାନେ ଟ୍ରାଫିକ ନିୟମ ମାନୁନଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ତରଫରୁ ଆଜି ସନ୍ଧ୍ୟା ସମୟରେ ମଦୁଆ ଗାଡ଼ି ଚାଳକ ମାନଙ୍କୁ ସହରର ବିଭିନ୍ନ ଛକ ମାନଙ୍କ ରେ କଡାକଡି ଭାବରେ ଲୋକ ମାନଙ୍କର ପାଟିରେ ମେସିନ ବ୍ୟବହାର କରି ଯାଞ୍ଚ କରା ଚାଲିଥିବା ଦେଖିବାକୁ ମିଳିଛି। ଏଥିରେ ପରିବହନ ବିଭାଗର ଅଧିକାରୀ ରବିନ ପଟ୍ଟନାୟକ, ଜୁନିୟର ଏମଭିଆଇ ଜନପ୍ରତାପ କୁଲୁ, ଆଡିସନାଲ ଆରଟିଓ ସୁବାଶିସ୍ ସାହୁ ଓ ପରିବହନ ବିଭାଗ ର କାର୍ୟ୍ୟକାରି ସଦସ୍ୟ ମାନେ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ





