ମା’ ହୀରାନୀଳା ଡିଗ୍ରି କଲେଜ ଠାରେ ଶିଳ୍ପଦ୍ୟୋଗି ଭୂମିକା ସମ୍ପର୍କିତ ସପ୍ତାହ ପାଳିତ

ଲାଞ୍ଜିଗଡ଼,୬/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହୀରାନୀଳା ଡିଗ୍ରି ମହାବିଦ୍ୟାଳୟ ଠାରେ ଆଜି (ଶୁକ୍ରବାର) ରାଜ୍ୟ କ୍ଷୁଦ୍ରଶିଳ୍ପ ବିଭାଗ ତରଫରୁ ଥିବା ଶିଳ୍ପଦ୍ୟୋଗି ଭୂମିକା ସମ୍ପର୍କିତ ଜିଲ୍ଲା ଶିଳ୍ପକେନ୍ଦ୍ର ଭବାନୀପାଟଣା ତତ୍ତ୍ୱାବଧାନରେ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଗ୍ରି କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ର ଭବାନୀପାଟଣା ସହ ପରିଚାଳକ ଦେବଦତ୍ତ ଦାସ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଓ ଲାଞ୍ଜିଗଡ଼ ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଓଡିଶା ସରକାରଙ୍କ ଶଳ୍ପଦ୍ୟୋଗି ପରିଚାଳିତ ବିଭିନ୍ନ ନିତି ଓ ନିୟମ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଆଜିର ସମାଜର ଛାତ୍ରଛାତ୍ରୀମାନେ ସରକାରୀ ଚାକିରୀ ପଛରେ ନପଡି ନିଜେ ସ୍ୱାଭିଲମୀ ହୋଇ କିଭଳି ସଫଳ ଶିଳ୍ପଦ୍ୟୋଗି ହୋଇ ପାରିବେ ସେ ସମ୍ବଦ୍ଧିୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅରୁଣ ଚନ୍ଦନ, ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଅଧ୍ୟାପିକା କନକ ବେହେରା, ଅଧ୍ୟାପିକା ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ଶ୍ରୀନିବାସ ଦାସ, ଧବଳେଶ୍ବର ଠେଲା, ବିଜୟ କୁମାର, ତାପସ୍ୱିନୀ ବାହୁକ, ଘନଶ୍ୟାମ ସୁନା ଓ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଶେଷରେ ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ପାତ୍ର ଧନ୍ୟବାଦ ଦେଇଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.