ପ୍ରବଳ ଝଡତୋଫାନ ଓ ବର୍ଷା : ଜଣେ ମୃତ, ୪ ଗୁରୁତର

ବଲାଙ୍ଗିର,୬/୩ : ବର୍ଷା ଓ ଝଡତୋଫାନ ଯୋଗୁଁ ବୁର୍ଡା ଗାଁ ତଲିପଡା ଠାରେ ଥିଵା ଶିବ ମନ୍ଦିର ନିକଟରେ ଏକ ବାଉଁଶ ବୁଦା ମୂଳରେ ପାଂଚ ଜଣ ଲୁଚିକି ଥିଲେ । ପ୍ରବଳ ଝଡତୋଫାନ ଓ ବର୍ଷା ଯୋଗୁଁ ହଠାତ ବାଉଁଶ ବୁଦା ଟି ମୂଲରୁ ଉପୁଡି ଯାଇଥିଲା ।ଫଳରେ ପାଂଚ ଜଣ ଯାକ ଚାପି ହୋଇ ଯାଇଥିଲେ । ସେମାନକଂ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଲୋଇସିଂହା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଚିଂ ବାଉଁଶ ବୁଦା କୁ ମେସିନ କଟର ରେ କାଟି ଫସି ରହିଥିବା ଲୋକ କୁଂ ଉଦ୍ଧାର କରିଥିଲେ । ସେ ମଧ୍ୟରୁ ସୂର୍ଯ୍ୟକାନ୍ତି ମାହାକୁଡ ନାମକ ଜଣେ ବୃଦ୍ଧାକଂର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତର ଦୁଇଜଣ ମହିଳା ଏବଂ ଜଣେ ପୁରୁଷକୁଂ ବଲାଗିଂର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବ୍ୟକ୍ତିକୁଂ ଲୋଇସିଂହା ହସପିଟାଲରେ ଚିକିତ୍ସା କରାଯାଉଛି । ଚାଷ କାମରୁ ଫେରୁଥିବା ସମୟରେ ବର୍ଷା ଏବଂ ଝଡ ତୋଫାନ ଦାଉରୁ ରକ୍ଷା ପାଇବା ପାଇଁ ବାଉଁଶ ବୁଦା ମୂଳରେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ମୁଳରୁ ଉପୁଡିଗଲା ବାଉଁଶ ବୁଦା ଓ ଘଟିଗଲା ଏପରି ଏକ ଦୁର୍ଘଟଣା । 

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.