କଳାହାଣ୍ଡି,୧୩/୩ : ମ.ରାମପୁର ପଞ୍ଚାୟତ ସମିତି ପରିସରରେ ବିିଡ଼ିଓ ରୁମାନା ଜାଫ୍ରିଙ୍କ ନେତୃତ୍ୱରେ କରୋନା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଫେଇ କାର୍ଯ୍ୟ କରାଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସର ସଫେଇ କରିବା ସହିତ ସମସ୍ତଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆରଡ଼ବ୍ଲ୍ରୁଏସଏସ ରୁ ପ୍ରଦୀପ୍ତ କୁମାର ରାୟ, ସେବାଜଗତ ତରଫରୁ ସୁନୀତା ତାଣ୍ଡିଙ୍କ ସମେତ ଅନ୍ୟକର୍ମଚାରୀମାନେ ଉପସ୍ଥିତ ରହି ସଫେଇରେ ସହଯୋଗ କରିଥିଲେ ।
କଳାହାଣ୍ଡିରୁ ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in





