ପ୍ରଥମ ଓଡ଼ିଆ ଅଡିଓ ଉପନ୍ୟାସ ‘କୁକୁର କାହାଣୀ’ ଉନ୍ମୋଚିତ

ଢେଙ୍କାନାଳ,୧୯/୩: କଥାକାର ମୃଣାଳଙ୍କ ଓଡ଼ିଆ ଅଡିଓ ଉପନ୍ୟାସ ‘କୁକୁର କାହାଣୀ’ ଉନ୍ମୋଚିତ ହୋଇଛି । ୨୦୧୯ ଡିସେମ୍ବର ମାସରେ ଟାଇମ୍‍ ପାସ୍‍ ପ୍ରକାଶନ ପକ୍ଷରୁ ଏହି ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା । ଏବେ ଏହାର ଅଡିଓ ସଂସ୍କରଣ ଉନ୍ମୋଚନ କରିଛନ୍ତି ଅତିଥି ଅଧ୍ୟାପକ ତଥା ସାମ୍ବାଦିକ ସୁବ୍ରତ କୁମାର ପତି । ଏହି ଅଡିଓ ଉପନ୍ୟାସରେ ନିଜେ ଲେଖକ ମୃଣାଳ କଣ୍ଠଦାନ କରିଛନ୍ତି । ସାରା ବିଶ୍ୱରେ ବିଭିନ୍ନ ଭାଷାରେ ଅନେକ ଅଡିଓ ଉପନ୍ୟାସ ପ୍ରସାରିତ ହେଉଛି । ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ବେଶ୍‍ କେତୋଟି ଅଡିଓ ଉପନ୍ୟାସ ଅଛି । ତେବେ ଏହା ପ୍ରଥମ ଓଡ଼ିଆ ଅଡିଓ ଉପନ୍ୟାସ ।
ଅଡିଓ ସଂସ୍କରଣ ଉନ୍ମୋଚନ କରି ଶ୍ରୀ ପତି କହିଛନ୍ତି, ଓଡ଼ିଆ ଭାଷାରେ ଭଲ ରେଡିଓ କଣ୍ଟେଣ୍ଟ୍‍ର ଅଭାବ ରହିଛି । ତେବେ ଏହି ଅଡିଓ ଉପନ୍ୟାସଟି ନିଶ୍ଚୟ ଶ୍ରୋତାଙ୍କ ଦ୍ୱାରା ଆଦୃତ ହେବ । ଓଡ଼ିଶାର ଲୋକପ୍ରିୟ ଇଣ୍ଟରନେଟ୍‍ ରେଡିଓ ଚ୍ୟାନେଲ୍‍ ‘ରେଡିଓ ଭୁବନେଶ୍ୱର’ରେ ପ୍ରତ୍ୟହ ରାତି ୯ଟାରେ ଏହା ଧାରାବାହିକ ଭାବେ ପ୍ରସାରଣ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ଅବସରରେ ଉପନ୍ୟାସର ଲେଖକ ମୃଣାଳ କହିଛନ୍ତି, ଆଜିକାଲିର ଡିଜିଟାଲ୍‍ ଯୁଗରେ ଉପନ୍ୟାସ ପଢ଼ିବାର ରୁଚି ଧୀରେଧୀରେ କମିଯାଉଛି । ଏଣୁ ଏହି ଅଡିଓ ସଂସ୍କରଣ ଲୋକଙ୍କ ହୃଦୟକୁ ଛୁଇଁପାରିବ ବୋଲି ସେ କହିଛନ୍ତି ।

Omkar Vasthu
Omkar Vasthu
ମୃୃଣାଳ

ସେହିପରି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, ପଶୁପକ୍ଷୀଙ୍କୁ ନେଇ ଓଡ଼ିଆ ଭାଷାରେ ଖୁବ୍‍ କମ୍‍ ସଂଖ୍ୟକ ସାହିତ୍ୟ ରଚନା ହୋଇଛି । ଅଚ୍ୟୁତାନନ୍ଦ ପତିଙ୍କ ପରେ ବୋଧହୁଏ ଅଳ୍ପ କେଇ ଜଣ ଲେଖକ ନିଜ ରଚନାରେ ପଶୁପକ୍ଷୀଙ୍କୁ ସ୍ଥାନ ଦେଇଛନ୍ତି । ଉପନ୍ୟାସଟି କୁକୁର ଉପରେ ଆଧାରିତ ହୋଇଥିଲେ ମଧ୍ୟ ଏଥିରେ ମଣିଷର ଅନେକ ଗୁଣ, ଚରିତ୍ର ଆଦିର ବର୍ଣ୍ଣନା ରହିଛି । ଏହାସହ ଟେକ୍ନିକାଲ୍‍ କୋର୍ଡିନେଟର ବଦ୍ରିନାଥ ଜେନା ଉପସ୍ଥିତ ଥିଲେ ।
ସୁସାହିତ୍ୟିକ ମୃଣାଳଙ୍କ ଏହି ଉପନ୍ୟାସ ସମ୍ପୂର୍ଣ୍ଣ ଭିନ୍ନ ଧରଣର । କୁକୁରକୁ ନେଇ ସେ କେବଳ କାହାଣୀ ଗଢ଼ିନାହାନ୍ତି, ବରଂ ତା’ ଭିତରେ କୁକୁରର ପ୍ରକାରଭେଦ, ତା’ର ମାନସିକତା, ଜୀବନ, ପ୍ରେମ, ଈର୍ଷା, ପ୍ରତିଶୋଧ ଆଦି ବିଭିନ୍ନ ଭାବକୁ ଅତିସୁନ୍ଦରଭାବେ ଫୁଟାଇଛନ୍ତି । ଅଡିଓ ଉପନ୍ୟାସରେ ମୋଟ ୧୨ଟି ଅଧ୍ୟାୟ ରହିଛି । ପ୍ରତିଟି ଅଧ୍ୟାୟ ଶୁଣିବାକୁ ଯେମିତି ସରସ ଲାଗୁଛି, କୁକୁର ସମ୍ପର୍କିତ ବିଭିନ୍ନ ତଥ୍ୟ ଉପନ୍ୟାସକୁ ଆହୁରି ରୋମାଞ୍ଚ କରୁଛି । କୁକୁରଙ୍କ ସୃଷ୍ଟି, ଜନ୍ମ ବୃତ୍ତାନ୍ତ, କୁକୁରକୁ ନେଇ ଲୋକ ବିଶ୍ୱାସ ଓ ଉତ୍ସବ, ବିଭିନ୍ନ ପ୍ରକାର କୁକୁରଙ୍କ ଲକ୍ଷଣ, କ୍ରିୟା-ପ୍ରତିକ୍ରିୟା, ଶରୀର ଗଠନ, ରୂପ ଆଦି ଅନେକ ଗବେଷଣାଧର୍ମୀ ତଥ୍ୟ ଅଡିଓ ଉପନ୍ୟାସକୁ ବେଶ୍‍ ଆଦୃତ କରିଛି । ଦେଶୀ ବିଦେଶୀ କୁକୁର ପ୍ରଜାତିର ନାମକରଣ ପଛରେ ଥିବା ରହସ୍ୟଗୁଡ଼ିକୁ ସେ ଅତିସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ଗମ୍ଭୀର ଓ ସ୍ପଷ୍ଟ କଣ୍ଠସ୍ୱର ଶ୍ରୋତାଙ୍କୁ ଦେଉଛି ଏକ ଅନନ୍ୟ ଅନୁଭବ ।
ଏ ଉପନ୍ୟାସ ମାଧ୍ୟମରେ ଲେଖକ କେବଳ କୁକୁରର କାହାଣୀ ବର୍ଣ୍ଣନା କରିନାହାନ୍ତି, ବରଂ ମଣିଷର ପ୍ରକୃତି, ଚରିତ୍ର ଆଦିର କେତୋଟି ସୂକ୍ଷ୍ମ ବିଭବ ଉପସ୍ଥାପନ କରିଛନ୍ତି । ସ୍ୱାର୍ଥ ପାଇଁ ମଣିଷ ଯେ ଅନ୍ଧ ଆଉ ସ୍ୱାର୍ଥ ପାଇଁ ମଣିଷ କିଛି ବି କରିପାରେ, ତା’ ମଧ୍ୟ ଦେଖାଇଛନ୍ତି । କେବଳ ଏତିକି ନୁହେଁ, ମଣିଷର ଏ ନିଷ୍ଠୁର ମାନସିକତା ଆଗରେ ଜୀବଜଗତ ପ୍ରତି ଯେ ବିପଦ ରହିଛି, ତାହା ମଧ୍ୟ କହିଛନ୍ତି । ଏଥିରେ ସେ କୁକୁରଙ୍କ କଥା କହିଥିଲେ ମଧ୍ୟ ମଣିଷ ସମାଜ ଉପରେ ଏହା ଯେ ଏକ ସାମାଜିକ ଦୃଷ୍ଟିଭଙ୍ଗୀର ଅବତାରଣ ତୋଳିଧରିଛି ।
ଏହି ଉପନ୍ୟାସଟି ଅଳ୍ପଦିନରେ ଲୋକପ୍ରିୟ ହେବା ପରେ ଏହାର ଅଡିଓ ସଂସ୍କରଣ ସାରା ବିଶ୍ୱରେ ଓଡ଼ିଆ ବୁଝୁଥିବା ଲୋକଙ୍କୁ ଛୁଇଁପାରିବ ବୋଲି ଆଶା କରାଯାଉଛି ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ । ଗୁଗୁଲ୍‍ ପ୍ଲେ ଷ୍ଟୋର୍‍ରୁ ରେଡିଓ ଭୁବନେଶ୍ୱର ଆପ୍‍ ଡାଉନ୍‍ଲୋଡ୍‍ କରିହେବ । ରେଡିଓ ଗାର୍ଡେନରେ ମଧ୍ୟ ରେଡିଓ ଭୁବନେଶ୍ୱର ଆକ୍ସେସ୍‍ କରିହେବ ।

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.