ନର୍ଲା,୨୦/୩ : କରୋନା ଭାଇରସର ମୁକାବିଲା ଫାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଜନ ସଚେତନତା ଜାରି ରହିଛି । ଏହାସହ କେତେକ ବେସରକାରୀ ଅନୁଷ୍ଠାନ/ବ୍ୟକ୍ତି ବିଶେଷ ମଧ୍ୟ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି । ପ୍ରଶାସନ ଓ ସାଧାରଣ ଜନତା ଏହି ମହାମାରୀର ମୁକାବିଲା ପାଇଁ ପୁରା ସଜାଗ ରହିଛନ୍ତି । ସେହି କ୍ରମରେ କଳାହାଣ୍ଡି ପ୍ରାଇଭେଟ୍ କ୍ଲିନିକାଲ ଏଷ୍ଟାବ୍ଲିଷମେଣ୍ଟ ଫୋରମ ତରଫରୁ COVID-19 ସଚେତନତା ବାଇକ ରାଲି ଆରମ୍ଭ ହୋଇଛି । ଜିଲ୍ଲାର ମଦନପୁର ରାମପୁର ଠାରେ ତହସିଲଦାର ସୟଦ ଇସାକ ମଦିନାଙ୍କ ଦ୍ବାରା ଏହା ଉଦଘାଟିତ ହୋଇଥିଲା । କଳାହାଣ୍ଡି ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିଷମେଣ୍ଟ ଫୋରମ ମ.ରାମପୁର ଏବଂ ନର୍ଲା ଜଏଣ୍ଟ ସେକ୍ରେଟାରୀ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ସଚେତନତା ବାଇକ ରାଲିକୁ ମ.ରାମପୁର ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ଉପସ୍ଥିତ ଥିଲେ ।

କଳାହାଣ୍ଡି ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିଷମେଣ୍ଟ ଫୋରମର ସଭାପତି ଦେବେନ୍ଦ୍ର ମୁଣ୍ଡ, ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସହ ନର୍ଲା ରାମପୁରର ସମସ୍ତ ପ୍ରାଇଭେଟ କ୍ଲିନିକର ସଦସ୍ୟ ଯୋଗ ଦେଇ ବାଇକ ରାଲିରେ ବାହାରି ରାମପୁର, ଶିରପାଲି, ଶେରଗଡ଼, ଜାମପଦର, ତୁଳାପଡ଼ା, ବାଲିପଡ଼ା, ବାଗପୁର, ଦେହେଲି ଦେଇ ନର୍ଲାରେ ପହଞ୍ଚି ଥିଲେ । ନର୍ଲାର ବ୍ଲକ ଅଫିସ ସମ୍ମୁଖ, ଡାକ୍ତରଖାନା, ବ୍ୟାଙ୍କ, ବସ ଷ୍ଟାଣ୍ଡ, ଶିଶୁମନ୍ଦିର ଛକ ମାନଙ୍କରେ ସାଧାରଣ ଜନତା ମାନଂକୁ ଲିଫ ଲେଟ ବଣ୍ଟନ କରିବା ସହ କରୋନା ଭାଇରସକୁ ନ ଡରି କିଭଳି ସଚେତନ ହୋଇ ମୁକାବିଲା କରି ନିଜେ ସୁରକ୍ଷିତ ରହିବା ସହ ପାଖ ପଡୋଶୀଙ୍କୁ ମଧ୍ୟ ସଚେତନ କରାଇବାକୁ ବାର୍ତ୍ତା ଦେଇଥିଲେ । ଶନିବାର ଭବାନୀପାଟଣା ଓ ସୋମବାର ଦିନ ଜୁନାଗଡ ଓ ଧର୍ମଗଡ ବ୍ଲକରେ ରାଲି କରି ସଚେତନ କରାଯିବ ବୋଲି ଫୋରମର ଜଏଣ୍ଟ ସେକ୍ରେଟେରୀ ଅନିଲ କୁମାର ଦାସଙ୍କ ଠାରୁ ପ୍ରକାଶ ।
ନର୍ଲାରୁ ନିରଞ୍ଜନ ଗୌଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in






