ଶିଳ୍ପୀ ସଞ୍ଜୟଙ୍କ କମାଲ୍ : ଚକ୍ ଖଡିରେ ଖୋଦେଇ କଲେ ୬ ବରପୁତ୍ରଙ୍କ ମିନିଏଚର୍ ପ୍ରତିକୃତି

● ଉତ୍କଳ ଦିବସରେ ବରପୁତ୍ରଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି

ବାଲେଶ୍ବର, ୧/୪(କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ): ଆଜି ଉତ୍କଳ ଦିବସ ପଡୁଥିବାରୁ ବାଲେଶ୍ବରର ଅନ୍ୟତମ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ କୁମାର ରାଉଳ ଆଉ ଏକ ଚକମା ଦେଖାଇଛନ୍ତି। ସେ ଅଭିନବ ଢଙ୍ଗରେ ଉତ୍କଳର ୬ ବରପୁତ୍ରଙ୍କ ପ୍ରତିକୃତି(ମିନିଏଚର) ଚକ୍ ଖଡି ଦେହରେ ଖୋଦେଇ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

Omkar Vasthu
Omkar Vasthu

ସମଗ୍ର ରାଜ୍ୟରେ କରୋନାର ମୁକାବିଲା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ଆଜି ଅପ୍ରେଲ ପହିଲା। ଏହିଦିନ ଓଡିଶା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା। ଏଥିପାଇଁ ଯେଉଁମାନେ ସଂଗ୍ରାମ କରିଥିଲେ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମାନଙ୍କର ବିଶେଷ ଅବଦାନ ଥିଲା, ସେମାନଙ୍କୁ ଶ୍ରୀ ରାଉଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏକ ଆଙ୍ଗୁଠି ମାପର ଚକ୍ ଖଡିରେ ସେମାନଙ୍କର ପ୍ରତିକୃତି ଖୋଦେଇ କରି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶ୍ରୀ ରାଉଳ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସ୍ବଭାବକବି ଗଙ୍ଗାଧର ମେହେର, କଥାସମ୍ରାଟ ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ମୟୂରଭଞ୍ଜ ର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିକୃତି ଗୋଟିଏ ଚକ୍ ଖଡ଼ିର ଅଧା ଅଂଶରେ ଖୋଦେଇ କରିଛନ୍ତି। ଏହି କଳାକୃତିଗୁଡ଼ିକ ଗଢ଼ିବା ପାଇଁ ତାଙ୍କୁ ଦୁଇଦିନ ସମୟ ଲାଗିଥିଲା। ଏଥିପାଇଁ ୨ ଇଞ୍ଚ୍‌ ଲମ୍ବ ତିନୋଟି ଚକ୍ ଖଡ଼ିକୁ ଦୁଇ ଖଣ୍ଡ କରି ଗୋଟିଏ ଗୋଟିଏ ଖଣ୍ଡରେ ଏକ ନିଡିଲ୍ ବା ଛୁଞ୍ଚି ମାଧ୍ୟମରେ ୬ ଜଣଙ୍କ ମୁଖାକୃତିକୁ ଅବିକଳ ଉଠାଇ ପାରିଛନ୍ତି । ଏ କାର୍ଯ୍ୟ ପାଇଁ ଅସୀମ ଧୈର୍ଯ୍ୟ ଓ ଏକାଗ୍ରତା ଦରକାର। ଏଥିରେ ଆଖି ଉପରେ ପ୍ରବଳ ଚାପ ପଡେ ବୋଲି ଶ୍ରୀ ସଞ୍ଜୟ ରାଉଳ କହିଛନ୍ତି।

ପୂର୍ବରୁ ଶ୍ରୀ ରାଉଳ ପ୍ରଥମଥର ପାଇଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ ମିନିଏଚର୍ ଆବକ୍ଷ ପ୍ରତିକୃତି ଚକ୍ ଖଡ଼ିରେ ଖୋଦେଇ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ସେହି କଳାକୃତିଟି ଫକୀରମୋହନ ଜୟନ୍ତୀ ଅବସରରେ ଶାନ୍ତିକାନନ ଠାରେ ଅତିଥିମାନଙ୍କ ଦ୍ବାରା ବହୁଳ ପ୍ରଶଂସିତ ହେବା ସହ ସାରା ରାଜ୍ୟରେ ପ୍ରଶଂସିତ ହୋଇଥିଲା। ତେବେ ତାଙ୍କର ଏହି ଦ୍ବିତୀୟ ଉପକ୍ରମଟି ନିଶ୍ଚିତ ଭାବେ ଏକ ଅଭିନବ ଚିନ୍ତାଧାରା ବୋଲି ସାଧାରଣରେ ଆଲୋଚନା ହେଉଛି। ବର୍ତ୍ତମାନ ବାଲେଶ୍ଵର ସହରର ଆଳୁପୁର ଅଞ୍ଚଳରେ ରହୁଥିବା ଶ୍ରୀ ରାଉଳ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ। ସେ କଲିକତା ଆର୍ଟ କଲେଜରୁ ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଛନ୍ତି। ଫେସବୁକରେ ପ୍ରଥମେ ଓଡ଼ିଆ ଲେଖକଙ୍କ ଜଳରଙ୍ଗ ପୋଟ୍ରେଟ୍ କରି ସେ ଦୃଷ୍ଟି ଆକର୍ଷଣ କରିଥିଲେ ସମସ୍ତଙ୍କର। ସ୍ଥାପତ୍ୟ କଳାରେ ନିପୁଣ ଶ୍ରୀ ରାଉଳ ବର୍ତ୍ତମାନ ନିଜ କଳାକୁ ନେଇ କ୍ୟାରିୟର୍ ଗଠନରେ ସଂର୍ଘଷରତ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.