ଆମ ଖଟି ସାହିତ୍ୟ ବୈଠକୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା

ରାୟଗଡ଼,୨୨/୪: କରୋନା ରୂପୀ ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ତଥା ଦେଶ ଯୁଝୁଥିବାବେଳେ ରାୟଗଡ଼ ଏବଂ ଅନ୍ୟ ଜିଲ୍ଲାର କିଛି ସହୃଦୟ ସାହିତ୍ୟିକମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚିଶ ହଜାର ଟଙ୍କା ରାୟଗଡ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଅଛନ୍ତି। ରାୟଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ବୈଠକୀ ‘ଆମ ଖଟି’ର ଆବାହକ କବି ତଥା ଅନୁବାଦକ ଆଶୁତୋଷ ପାତ୍ର, କବି ସୁଶାନ୍ତ କୁମାର ନାୟକ, ନାଟ୍ୟକାର ଡ. ନରେନ୍ଦ୍ର କୁମାର ମିଶ୍ର ଏବଂ କବି ଜୟଦେବ ସିଠଙ୍କ ଉଦ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସମଭାବାପନ୍ନ ସହିତ୍ୟିକମାନେ ସହଯୋଗ ରାଶି ପ୍ରଦାନ କରିଥିଲେ।

ସାହିତ୍ୟିକମାନେ କେବଳ ସାହିତ୍ୟର ପ୍ରଚାର ପ୍ରସାର କରନ୍ତି, ତାହା ନୁହେଁ, ବିପର୍ଯ୍ୟୟ ସମୟରେ ମଧ୍ୟ ସମାଜ ହିତରେ ସେମାନେ ମାନବିକତାର ହସ୍ତ ପ୍ରସାରିତ କରିପାରନ୍ତି ଏବଂ ଏହା ଏକ ଉଦାହରଣ ହୋଇ ରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଏହି ଉଦ୍ୟମରେ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଡମ୍ବରୁଧର ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ରୂପେଶ ସାହୁ, ଲାବଣ୍ୟ ମୋହନ ପଟ୍ଟନାୟକ, ଯୁଧିଷ୍ଠିର ଲେଙ୍କା, ଏମ.ଏ.ଅଲିଜାନ, ବିଷ୍ଣୁପ୍ରସାଦ ଖାଡାଙ୍ଗା, ପଦ୍ମିନୀ ମିଶ୍ର, ଆନନ୍ଦରାଓ ପଟ୍ଟନାୟକ, ତ୍ରିବେଣୀ ମିଶ୍ର, ଗଗନ ବିହାରୀ ସ୍ୱାଇଁ, ପ୍ରଭାତି ପ୍ରଧାନ, ପ୍ରଣତି ପାତ୍ର, ସ୍ୱପ୍ନାରାଣୀ ରଥ, ପ୍ରଶାନ୍ତି ସାହୁ, ପ୍ରଶାନ୍ତ କୁମାର ପତି, ଶିବପ୍ରସାଦ ପାଣିଗ୍ରାହୀ, ମହାଶ୍ୱେତା ପାଣିଗ୍ରାହୀ, ବ୍ୟୋମକେଶ ମହାନ୍ତି, ବିପିନ ବିହାରୀ ବିଶ୍ୱାଳ, ସସ୍ମିତା ଆଚାର୍ଯ୍ୟ, ବିଜୟ କୁମାର ମିଶ୍ର, ଭୁବନେଶ୍ୱରରୁ କବି ସୁଜାତା ମହାପାତ୍ର ଓ ଜୀବନଜ୍ୟୋତି ଓଝା, ଦାମନଯୋଡିରୁ କବି ମାଧୁରୀ ପଣ୍ଡା, ଉମରକୋଟରୁ କବି ଏମ. ହିମାଂଶୁ ଆଚାରୀ, ନାରାୟଣପାଟଣାରୁ କବି ସ୍ୱାଗତିକା ତୁଳ, ସୁବର୍ଣ୍ଣପୁରରୁ ସୁବୋଧ ହୋତା ପ୍ରମୁଖ ନିଜନିଜର ସହଯୋଗ ରାଶି ପ୍ରଦାନ କରିଛନ୍ତି । ସାହିତ୍ୟିକମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.